ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲା ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୮୩ତମ କଥା ସମ୍ରାଟ ବ୍ଯାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଏମଭି -୭ ଠାରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ଯ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମି, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ତପନ କୁମାର ବେହେରା, ସମ୍ମାନିତ ଅତିଥି ,ସାହିତ୍ଯିକ ଦୁର୍ଯ୍ୟୋଧନ ମହାରଣା, ଶିକ୍ଷକ ଅଜୟ କୁମାର ସ୍ବାଇଁ ଓ ସମ୍ପାଦକ ସୁର୍ଯ୍ଯକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଅଧ୍ୟାପକ ପତନ କୁମାର ବେହେରା ଫକୀର ମୋହନଙ୍କ କର୍ମମୟ ଜୀବନ ତଥା ଗଳ୍ପ ଓ ଉପନ୍ୟାସ ଉପରେ ବିଷଦ ଭାବେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ମାନସ ମାଡକାମି ଫକୀର ମୋହନଙ୍କ ବାଲ୍ୟ ଜୀବନ ସହ ନିଜ ପାଠ ପଢ଼ାରେ କିପରି ଅନ୍ତରାୟ ସୃଷ୍ଟି ହୋଇଥିଲା ସେ ମତ ବିନ୍ଯାସ କରିବା ସହ ଓଡିଆ ଭାଷା ସାହିତ୍ୟର ବିକାଶ ଲାଗି ଫକୀର ମୋହନଙ୍କ ଅବଦାନ ଉପରେ ମତ ବିନ୍ଯାସ କରିଥିଲେ। ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ କହିଲେ ଯେ ମାଲକାନଗିରି ଜିଲ୍ଲା ଓଡ଼ିଶାର ସୀମାନ୍ତ ଜିଲ୍ଲା ଭାବେ ଓଡିଆ ଭାଷା ସଂକଟ ପରିସ୍ଥିତି ଦେଇ ଗତି କରଥିବା ବେଳେ ୩୦ ପ୍ରତିଶତ ଲୋକ ଓଡ଼ିଆ କହୁଥିବା ସେ ପ୍ରକାଶ କରିଥିଲେ । ବାକି ୭୦ ପ୍ରତିଶତ ଲୋକ ଓଡ଼ିଆ ଭାଷାରୁ ଦୂରେଇ ରହିଛନ୍ତି। ଏଠାରେ ବହୁତ ଲୋକ ଓଡ଼ିଆ ବୁଝନ୍ତି ନାହିଁ କି କହନ୍ତି ନାହିଁ। ସ୍କୁଲ ଓ କଲେଜରେ ଯହା ଓଡିଆ ଭାଷା ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦିଆ ଯାଏ। ଏହା କୁ ହୃଦ୍ ବୋଧ କରି ଉତ୍କଳ ସାହିତ୍ୟ ସଂସଦ ଗଠନ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟରେ ପ୍ରଚାର ପ୍ରସାର କରିବା ସହିତ କବି ଓ ଲେଖକ ସୃଷ୍ଟି କରିବା ଏହି ସଂଗଠନ ମୁଖ୍ୟ ଆଭିମୁଖ୍ୟ। ଦୀର୍ଘ ୩୫ ବର୍ଷ ହେଲା ଏହି ଉଦ୍ଯମ ଜାରି ରହିଛି। ଫକୀର ମୋହନ ଯେତେ ବେଳେ ଓଡ଼ିଆ ଭାଷା ଓ ସାହିତ୍ୟ ବିଲୁପ୍ତ ଘଟିଥିଲା ସେହି ସମୟରେ ସଂଘର୍ଷ କରି ଓଡ଼ିଆ ଭାଷା ସାହିତ୍ୟକୁ ଜୀବନ୍ୟାସ ଦେଇଥିଲେ। ତାଙ୍କର ଉତ୍ତର ଦାୟଦ ଭାବେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଉ ଉତ୍କଳ ସାହିତ୍ୟ ସଂସଦ ଓଡ଼ିଆ ଭାଷାର ପ୍ରସାର ପ୍ରଚାର ଲାଗି ପ୍ରୟାସ ଜାରି ରଖିଛି। ଫକୀର ମୋହନ ଆମର ପଥ ପ୍ରଦର୍ଶକ ଓ ଓଡ଼ିଆ ଜାତିର ଚିର ନମସ୍ଯ। ଏହି ପରିପ୍ରେକ୍ଷୀରେ କବି ଦୁର୍ଯ୍ୟୋଧନ ମହାରଣାଙ୍କ ସ୍ବରଚିତ କବିତା ସଂକଳନ “ପ୍ରଥମେ ହିଁ ପବିତ୍ର”ପୁସ୍ତକ ଉନ୍ମୋଚିତ ହୋଇଥିଲା। ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସ୍ବରଚିତ କବିତା ପାଠ କରିଥିବା ବେଳେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଂଗଠନର ସମ୍ପାଦକ ସୂର୍ଯ୍ୟ କାନ୍ତ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଉତ୍ସବକୁ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏ.ଈଶ୍ୱର ରାଓ , ଶିକ୍ଷକ ପ୍ରମୋଦ କୁମାର ମିଶ୍ର ଓ ଅନ୍ୟାନ୍ୟ ଶିକ୍ଷକମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.