ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଚଳିତ ବର୍ଷ ବଲାଙ୍ଗୀର ସ୍ଥିତ ଷ୍ଟେଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ରେ ପାଠ ପଢ଼ିବେ ମାଲକାନାଗିରି ଜିଲ୍ଲାର ପନ୍ଦର ଜଣ ଛାତ୍ର। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରଚେଷ୍ଟା କ୍ରମେ ଆଜି ଜିଲ୍ଲାର ୧୫ ଜଣ ଛାତ୍ର ବଲାଙ୍ଗୀର ଅଭିମୁଖେ ଯାତ୍ରା କରିଛନ୍ତି। ସମସ୍ତ ଛାତ୍ର ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଡିପ୍ଲୋମା କୋର୍ସ କରିବେ। ଜିଲ୍ଲାର ଜନଜାତି ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରି ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ରାଧିକାର ଦିଆଯାଉଛି ବୋଲି ଜିଲ୍ଲାପାଳ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି। ଆଜି ଯେଉଁ ଯୁବକ ଯୁବତୀ ହୋଟେଲ ମ୍ୟାନେଜମେଣ୍ଟରେ ଡିପ୍ଲୋମା ପାଠ ପଢ଼ିବାକୁ ଯାଇଛନ୍ତି, ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ଯୁବଗୋଷ୍ଠୀ ସେମାନଙ୍କ ଦ୍ଵାରା ଅନୁପ୍ରାଣିତ ହେବେ। ଉକ୍ତ ଛାତ୍ରଛାତ୍ରୀଙ୍କ ସମସ୍ତ ପାଠ୍ୟକ୍ରମ ଖର୍ଚ୍ଚ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧୀନରେ ମିଶନ ବାତ୍ସଲ୍ୟ କାର୍ଯ୍ୟକ୍ରମ ଓ ରେଡକ୍ରସ୍ ପାଣ୍ଠି ତରଫରୁ ବହନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ଅନୁଷ୍ଠାନରେ ପ୍ରଶିକ୍ଷଣ ପାଇବା ପରେ ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ପ୍ରତିଷ୍ଠିତ ସଂସ୍ଥାରେ ନିଯୁକ୍ତି ପାଇବାର ସୁଯୋଗ ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଗୁପ୍ତ ମାଢି ବଲାଙ୍ଗୀର ସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ଜିଲ୍ଲାର ଯୁବକ ଯୁବତୀ ଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କର କାଉନସେଲିଂ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post