ଢେଙ୍କିକୋଟ ଠାରେ ଆନ୍ତଃରାଜ୍ଯ ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟ l

3

କେନ୍ଦୁଝର,ତା୧୪/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଭଲିବଲ୍ ସଂଘ ତରଫରୁ ୧୫ତମ ବାର୍ଷିକ ଆନ୍ତରାଜ୍ଯ ଦିବାରାତ୍ର ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି l ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଜିଲ୍ଲାର ସାଂସଦ ଶ୍ରୀ ଅନନ୍ତ ଚରଣ ନାୟକ ଯୋଗଦେଇ ଫିତାକାଟି ଶୁଭ ଉଦଘାଟନୀ କରିଥିଲେ l ଭଲିବଲ୍ ସଂଘର ଚେୟାରମ୍ଯାନ ଅଖିଳ କୁମାର ପାତ୍ର, ସଭାପତି ରାମଚନ୍ଦ୍ର ସାହୁ, ସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ଯକ୍ଷ ସେକ୍ ଜାବେର, ଆଶୁତୋଷ ମଣ୍ଡଳ ,ସଞ୍ଜୀବ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ସଭ୍ଯ ମାନେ ଖେଳରେ ସହଯୋଗ କରିଥିଲେ। ଖେଳରେ ରେଫରୀ ଦାୟୀତ୍ଵ ତୁଲାଇଥିଲେ କଳାକାର ସାମଲ, ସୁବ୍ରତ ଲେଙ୍କା, ସୁରେଶ ଭୂୟାଁ, ଅନିଲ ଷଣ୍ଢ ଓ ଅମୂଲ୍ୟ ପଣ୍ଡା। ପ୍ରଥମ ଖେଳ ଓଡିଶା ପୋଲିସ ଓ ଝାଡଖଣ୍ଡ ମଧ୍ୟରେ ହୋଇଥିଲା। ସେଥିରେ ଓଡିଶା ପୋଲିସ ବିଜୟୀ ହୋଇଥିଲା, ଦ୍ଵିତୀୟ ଖେଳ ପଶ୍ଚିମ ବଙ୍ଗଳା ଓ ଛତିଶଗଡ଼ ମଧ୍ୟରେ ହୋଇଥିଲା ଯେଉଁଥିରେ ବଙ୍ଗଳା ଦଳ ବିଜୟୀ ହୋଇଥିଲା। ଖେଳ ବହୁତ ଚିତାକର୍ଷକ ଓ ଆନନ୍ଦଦାୟକ ହୋଇଥିଲା। ଖେଳରେ ଭାଷ୍ଯକାର ଥିଲେ କୁନାଲ କୁମାର ପଣ୍ଡା ଓ ଅଜୟ କୁମାର ବେଜ।

Leave A Reply

Your email address will not be published.