ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସଭାପତି ବାଲା ରାଜୁ ପାଢ଼ୀ ଙ୍କ ତତ୍ବାବଧାନରେ ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ବ୍ୟାସକବି ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ସଭାପତି ଶ୍ରୀପାଢ଼ି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତାମାନଙ୍କ ମଧ୍ଯ ରେ ଇଂ ବାଳକୃଷ୍ଣ ପାଢ଼ି, ବନ ଅଧିକାରୀ ଶିବ ପ୍ରସାଦ ପାତ୍ର ପ୍ରମୁଖ ନାରୀ ଶିକ୍ଷା, ସାମାଜିକ ବ୍ୟବସ୍ଥା, ବିଭିନ୍ନ ଉପନ୍ୟାସ, ମହାଭାରତ ରଚନା ସଂପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ।
ଏହାପରେ ଉପସ୍ଥିତ କବିମାନେ ସ୍ବରଚିତ କବିତା ପାଠ କରିଥିଲେ। ସେମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ ପାଳ, ଜୀବନ କୁମାର ମହାନ୍ତି, ସୁରେନ୍ଦ୍ର କୁମାର ମଲ୍ଲିକ, ଚିରଞ୍ଜିବୀ ମହାପାତ୍ର, ନବକୁମାର ସାହୁ, କାଳୁଚରଣ ମହାରଣା, ଦେବରାଜ ସାହୁ, ବିରଞ୍ଚି ନାରାୟଣ ଦାଶ, ମନୋରଞ୍ଜନ ସେଠୀ, କେ. ଶିବ ଶଙ୍କର ପାତ୍ର ପ୍ରମୁଖ ଥିଲେ।
ମଞ୍ଚସଜ୍ଜା ବାବାଜୀ ଚରଣ ସ୍ବାଇଁ ଓ ନରସିଂହ ପାଠୀ କରିଥିବା ବେଳେ ଶେଷରେ ଗଣେଶ ଚନ୍ଦ୍ର ଜେନା ପବିତ୍ର ମକର ଚାଉଳ ପ୍ରସ୍ତୁତ କରି ବଣ୍ଟନ କରିଥିଲେ।
ଶେଷରେ ଜଗନ୍ନାଥ ତିଆଡ଼ି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post