ରମ୍ଭା ଥାନା ଅଞ୍ଚଳରୁ ଝୁଲନ୍ତା ଶବ ଉଦ୍ଧାର।

3

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବାହାଡାପଲୀ ଗ୍ରାମ ନିକଟସ୍ଥ ନିସ୍ତାପଲୀ ପୋଖରୀ ହୁଡ଼ାରେ ଥିବା ଏକ ଓସ୍ତ ଗଛରେ ଜଣେ ଯୁବକ ର ଶବ ଝୁଲୁଥିବା ଦେଖି ଅଞ୍ଚଳ ଲୋକ ଥାନରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଏସ୍ ଆଇ ଧରିତ୍ରୀ ବିଶ୍ଵାଳ ଓ କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ଅନୁଧ୍ୟାନ କରୁଛନ୍ତି। ମୃତ ଯୁବକ ଜଣକ ପଶ୍ଚିମବଙ୍ଗ ରାଜ୍ୟର ସୁବାଷ ହେମରାମ ବୋଲି ତାଙ୍କ ପକେଟ୍ ରୁ ବାହାରି ଥିବା ଆଧାର କାର୍ଡ ରୁ ଜଣାପଡିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଠିକ୍ ତଥ୍ୟ ମିଳିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ପାଇଛି।

Leave A Reply

Your email address will not be published.