ଅସ୍ତରଙ୍ଗ: ଅସ୍ତରଙ୍ଗ ବେଳାଭୂମି କୁ ସ୍ଵଛ, ସୁନ୍ଦର ସହ ବିଚ କ୍ଲିନ ଓ ଉଷ୍ମ ପରିବେଶ ଆଦି ସୃଷ୍ଟି କରବା ନେଇ କୋଲକତା ର ଉତ୍ତର ହା୍ୱା୍ଡା ର ଆଠ ଜଣ ପରିବେଶ କର୍ମୀ ପାରାଦ୍ୱୀପ ଠାରୁ କୋଣାର୍କ ପର୍ଯ୍ୟନ୍ତ ପାଦଯାତ୍ରା କରି ଉପକୂଳ ପରିବେଶ ସମ୍ବଧୀୟ ସଚେତନ ବାର୍ତ୍ତା ପ୍ରଦାନ କରୁଥିବା ପରି ପ୍ରେକ୍ଷୀରେ ରବିବାର ଦିନ ମଧ୍ୟାହ୍ନ ରେ ପୁରୀଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମିରେ ପହଞ୍ଚି ଥିବା ଦେଖିବାକୁ ମିଳିଥିଲା l ସେମାନେ ପହଁଚିଲା ପରେ ବେଳାଭୂମି ରେ କାର୍ଯ୍ୟରତ, ପୋଲିସି କର୍ମଚାରି,ସିକୁରିଟି ଗାର୍ଡ ଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଠାରୁ ମିଳିଥିବା ଏହି ସମ୍ବଧୀୟ ପରିଚୟ ପତ୍ର ଦେଖାଇବା ପରେ,ସମୁଦ୍ର ବେଳାଭୂମି ସହ ଆଖ ପାଖ ପର୍ଯ୍ୟଟକ ମାନଙ୍କୁ ଭେଟି ତାଙ୍କ ର କଣ ଲକ୍ଷ୍ୟ,ଓ କାହିଁକି ପଦଯାତ୍ରା କରୁଛନ୍ତି ସେ ସମ୍ବଦ୍ଧରେ ଆଲୋଚନା କରିଥିଲେ l କିଛି ସମୟ ରହଣି କରି ପିର ବେଳାଭୂମିରୁ ତାଙ୍କର ପଦଯାତ୍ରା କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ଅଭିମୁଖେ ବାହାରି ଥିଲା l ପ୍ରତୀକ କୁମାର ବର୍ମନ, ଦୀପଙ୍କର ସେନ, ନୀଳୋପ୍ତଳ ଚକ୍ରବତୀ ଆଦି ପରିବେଶ କର୍ମୀ ସାମିଲ ରହିବା ସହ ଆଠ ତାରିଖରୁ ପାରାଦ୍ୱୀପ ରୁ ବାହାରି ଏଗାର ତାରିଖ ସନ୍ଧ୍ୟା ସୁଦ୍ଧା ଚନ୍ଦ୍ରଭାଗରେ ପହଂଚିବା ପାଇଁ ଏହାର ସମୟ ସିମା ସରକାର ଧର୍ଯ୍ୟ କରିଛନ୍ତୁ l
Sign in
Sign in
Recover your password.
A password will be e-mailed to you.
Next Post