ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ବନ୍ଦେ ମାତରମ୍ ସଂଗୀତର ସାମୁହିକ ଗାନ କାର୍ଯ୍ୟକ୍ରମ

3

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ସମସ୍ତ ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ନେଇ ବନ୍ଦେ ମାତରମ୍ ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ, ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ,ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ଅଧ୍ୟାପିକା ପିଙ୍କି ପାତ୍ର,ସୁଶ୍ରୀ ଲକ୍ଷ୍ମୀ ଗୌଡ଼, ବିଶ୍ଵରଂଜନ ସ୍ଵାଇଁ, ରଂଜିତ କୁମାର ସାମଲ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଅଧ୍ୟକ୍ଷ ପଟ୍ଟନାୟକ, ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ଓ ଅଧ୍ୟାପକ ଡ଼. ପ୍ରଫୁଲ କୁମାର ଜେନା ଏହି କାର୍ଯ୍ୟକ୍ରମର ମହତ୍ଵ ସଂପର୍କରେ ଆଲୋଚ଼ନା କରିଥିଲେ । ଶେଷରେ ଡ଼.ପ୍ରଫୁଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.