ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷରେ ସାରା ଭାରତବର୍ଷରେ ହେଉଥିବା ସପ୍ତସୂତ୍ରୀ କାର୍ଯ୍ୟକ୍ରମ ମଧ୍ୟରୁ ଚତୁର୍ଥ କାର୍ଯ୍ୟକ୍ରମର ସ୍ୱରୂପ “ବିଶାଳ ହିନ୍ଦୁ ସମ୍ମିଳନୀ ” ତା୧୧/୦୧/୨୦୨୬, ରବିବାର ବାସୁଦେବପୁର ନଗରର ମା’ ମଙ୍ଗଳା ବସତିର ସମସ୍ତ ହିନ୍ଦୁ ଭାଇ, ଭଉଣୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ୪୦୦୦ରୁ ଅଧିକ ହିନ୍ଦୁ ମାନଙ୍କ ସମାଗମରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ ଘଟିକା ରୁ ୧୧. ୩୦ ପର୍ଯ୍ୟନ୍ତ ସାମୁହିକ ହନୁମାନ ଚାଳିଶା ପାଠ ଓ ଭଜନ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧. ୩୦ ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଧର୍ମସଭା ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡିଶା ପୂର୍ବ ପ୍ରାନ୍ତ ର ପ୍ରାନ୍ତ ସାମାଜିକ ସମରସତାର ଧର୍ମଚାର୍ଯ୍ୟ ପ୍ରମୁଖ ଶ୍ରୀଯୁକ୍ତ ଅକ୍ଷୟ ପଣ୍ଡା ହିନ୍ଦୁ ସମାଜକୁ ଆଗାମୀ ଦିନର ଆହ୍ୱାନ ବିଷୟରେ ଉଦବୋଧନ ଦେଇଥିଲେ। ସମଗ୍ର ହିନ୍ଦୁ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ସହିତ ହିନ୍ଦୁ ପରିବାର ମଧ୍ୟରେ ସଂସ୍କୃତି ଅନୁରୂପ ସମରସତା ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ହିନ୍ଦୁ ସମାଜକୁ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ରେ ସଂଘର ବାଲେଶ୍ୱର ବିଭାଗ ଶାରୀରିକ ଶିକ୍ଷଣ ପ୍ରମୁଖ ଶ୍ରୀଯୁକ୍ତ ନାରାୟଣ ମହାକୁଡ଼ ,ନଗର କାର୍ଯ୍ୟବାହ ରଶ୍ମୀ ରଞ୍ଜନ ପଲାଇ ସଂଯୋଜନା କରିଥିଲେ। ସହ ଜିଲ୍ଲା ସେବା ପ୍ରମୁଖ ଶଶାଙ୍କ ଶେଖର ସାମଲ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହେଶ୍ୱର ବାରିକ,ସମ୍ବିତ ମହାନ୍ତି,ରାଜେନ୍ଦ୍ର ବାରିକ ଉପସ୍ଥିତ୍ ଥିଲେ।
Sign in
Sign in
Recover your password.
A password will be e-mailed to you.