ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଗ୍ରାମ ସ୍ଥିତ ମା’ ବାଞ୍ଜିତଲିଏନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ସମ୍ବିଳନୀ ପଡା ମଣ୍ଡଳ ପକ୍ଷରୁ ଏକ ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସଭାର ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁ ସମାଜର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ସୁରକ୍ଷା କରିବା।ସଭାରେ ଶ୍ରୀ ଜଗଦୀଶ ପ୍ରସାଦ ଖାଡ଼ଙ୍ଗା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ହିନ୍ଦୁ ଧର୍ମର ମୂଲ୍ୟବୋଧ, ଆଦର୍ଶ ଓ ସମାଜିକ ଏକତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ସମାଜର ସମସ୍ତ ଶ୍ରେଣୀ ଏକତ୍ରିତ ହେଲେ ମାତ୍ର ସମାଜରେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ।ସଭାର ସଭାପତିତ୍ୱ ରବୀନ୍ଦ୍ର ଭୋଇ କରିଥିବାବେଳେ ସେ ନିଜ ଉଦ୍ବୋଧନରେ ସଂଗଠନର ନୀତି ଓ ଉଦ୍ଦେଶ୍ୟ ଅନୁସାରେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ମଞ୍ଚାସୀନ ଅତିଥି ଭାବେ ସୁରେନ୍ଦ୍ର ପଣ୍ଡା ଉପସ୍ଥିତ ରହି ସଭାକୁ ଗୁରୁତ୍ୱ ପ୍ରଦାନ କରିଥିଲେ।
ସଭାରେ ପଡା ମଣ୍ଡଳ ଅନ୍ତର୍ଗତ ୧୯ଟି ଗ୍ରାମର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ଯୋଗଦେଇ ସଭାକୁ ସଫଳ କରିଥିଲେ। ମନବୋଧ ସାହୁ, ଈଶ୍ୱର ମେହେର, ଶ୍ରୀବତ୍ସ ଆଜ୍ଞା, ଆନନ୍ଦ ପଧାନ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସଭା ପରିଚାଳନା କରିଥିଲେ। ଏହି ଅବସରରେ କଳସ ଯାତ୍ରା, ଦୀପ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାରତ ମାତା ଆରତୀ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.