ବିଜେପୁର : ବିଜେପୁର ବ୍ଲକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଧୀରେଧୀରେ ଭୁଶୁଡ଼ିବାକୁ ବସିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ବିଜେପୁର ବ୍ଲକ ଅନ୍ତର୍ଗତ ସାଧୁପାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଶିକ୍ଷକଙ୍କ ଅନିୟମିତତା ଓ ଅବହେଳା ବିରୋଧରେ ଆଜି ଗ୍ରାମବାସୀ ସ୍କୁଲକୁ ତାଲା ମାରି ପ୍ରତିବାଦ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସ୍କୁଲର ହେଡମାଷ୍ଟର ସହ ଜଣେ ଶିକ୍ଷକ ପ୍ରାୟ ପ୍ରତିଦିନ ମଦ୍ୟପାନ କରି ବିଳମ୍ବରେ ସ୍କୁଲକୁ ଆସୁଥିବା ସହ ପାଠପଢ଼ାରେ ଗଭୀର ଅବହେଳା କରୁଛନ୍ତି। ଏହାର ପରିଣାମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ଗୁରୁତର ପ୍ରଭାବ ପଡ଼ୁଛି।ଗ୍ରାମର ପ୍ରହଲ୍ଲାଦ ସାହୁ କହିଛନ୍ତି ଯେ, ଏହି ସମସ୍ୟା ସମ୍ପର୍କରେ ଦୀର୍ଘ ଏକ ବର୍ଷ ଧରି BEO ଓ DEO ସହ ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ଲିଖିତ ଓ ମୌଖିକ ଭାବେ ଅବଗତ କରାଯାଇଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନଥିଲା। ଏହା ପରେ ଗ୍ରାମବାସୀ ଆଜି ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।ଆଜି ସକାଳେ ସାଧୁପାଲି ଗ୍ରାମର ମହିଳା, ଯୁବକ ଓ ବୃଦ୍ଧ ସମସ୍ତେ ଏକତ୍ରିତ ହୋଇ ସ୍କୁଲ ପରିସରରେ ତାଲା ଲଗାଇ ପ୍ରତିବାଦ କରିଥିଲେ। ଏହି ଆନ୍ଦୋଳନରେ ସ୍କୁଲ ଚେୟାରମେନ ସତ୍ୟନାରାୟଣ ସାହୁ, ପ୍ରହଲ୍ଲାଦ ସାହୁ, ପ୍ରସନ୍ନ ସାହୁ, କର୍ଣ୍ଣ ଦୀପ, ପଦ୍ମାବତୀ ସାହୁ, ରାଜୀବ ସାହୁ, ନିରଞ୍ଜନ ସାହୁ, ବୃନ୍ଦା ସାହୁ ଓ ପ୍ରଶାନ୍ତ ସାହୁଶାନ୍ତନୁ ସାହୁ, ବେଣୁଧର ସାହୁ, ଇନ୍ଦ୍ର ସାହୁ, ଘନ ସାହୁ ବାସୁଦେବ ସାହୁ, ନିରଞ୍ଜନ ସାହୁ, ରାଘବ ସାହୁ, କର୍ଣ୍ଣ ଦୀପ, ରାଧାମାଣୀ ସାହୁ, କିଶୋର ସାହୁ ସହ ଆଖପାଖ ଅଞ୍ଚଳର ଲୋକ ଓ ଗ୍ରାମବାସୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଏହି ଘଟଣା ସମ୍ପର୍କରେ ବିଜେପୁର ବ୍ଲକ ଶିକ୍ଷାଧିକାରୀ (BEO) ବଲ୍ଲଭ ମେହେରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେହିପରି ବରଗଡ ଜିଲ୍ଲା ଶିକ୍ଷାଧିକାରୀ (DEO) ଜ୍ୟୋତି କାନ୍ତ ସାହୁଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା, କିନ୍ତୁ ତାଙ୍କ ଫୋନ ରିଙ୍ଗ ହେଉଥିବା ସତ୍ତ୍ୱେ ସେ ରିସିଭ କରିନଥିବାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।ଗ୍ରାମବାସୀମାନେ ସ୍ୱଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଦୋଷୀ ଶିକ୍ଷକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.