କେନ୍ଦୁଝର, ତା୧୨/୧- କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଦରବାର ହଲ୍ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ‘ଜାତୀୟ ଯୁବ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଭାରତର ସାହିତ୍ୟିକ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ‘ବନ୍ଦେ ମାତରମ୍’ ରଚନାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବୃହତ ସାମୂହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆହୁରିମଧ୍ୟ ଏହି ଅବସରରେ ଦେଶର ଆତ୍ମନିର୍ଭରଶୀଳତା ପାଇଁ ‘ସ୍ୱଦେଶୀ ସଂକଳ୍ପ’ ପାଠ କରାଯାଇଥିଲା। ଜାତୀୟତା ବୋଧକୁ ସୁଦୃଢ଼ କରିବା ଏବଂ ଦେଶର ଅର୍ଥନୀତିକୁ ମଜବୁତ୍ କରିବା ଏବଂ ଭାରତୀୟ ସଂସ୍କୃତି ଓ ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦେବା ପାଇଁ ଜାତୀୟ ଯୁବ ଦିବସ ଅବସରରେ ଏହି ଶପଥ ପାଠ କରାଯାଇଥିଲା। ଦରବାର ହଲ୍ରେ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ଏକତ୍ରିତ ହୋଇ ସାମୂହିକ ଭାବେ ‘ବନ୍ଦେ ମାତରମ୍’ ଗାନ କରିଥିଲେ।କେନ୍ଦୁଝରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ମଧ୍ୟ ସମାନ୍ତରାଳ ଭାବେ ଜାତୀୟ ଯୁବ ଦିବସ ଓ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳିତ ହୋଇଛି। ସମସ୍ତ ଛାତ୍ରଛାତ୍ରୀ ଏହି ସାମୂହିକ ଗାନରେ ସାମିଲ ହୋଇ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦଧର ମହାଳିକ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସୁକାନ୍ତ ମାଝୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଶୁଭଦର୍ଶି ଯୋଶୀ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡ଼ା, ଅଭିଳାଷ ପୁରୋହିତ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.