ପାରାଲକେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ‘ସଖୀ’ ୱାନ୍ ଷ୍ଟପ୍ ସେଣ୍ଟର- ଆଇ ଏସ୍ ଆର୍ ଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ” ନିଶା ମୁକ୍ତ ଯୁବା ପାଇଁ ବିକଶିତ ଭାରତ ଅଭିଯାନ” ର ଏକ ଶୋଭାଯାତ୍ରା ଗଠନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶ୍ରୀ ରବିନ୍ଦ୍ର ହୋନନାଗା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , କିଶୋରୀ ନ୍ୟାୟ ପରିଷଦର ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ସାରଳା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଷ୍ଟାଫ , ଚାଇଲ୍ଡ ଲାଇନ ଷ୍ଟାଫ , ହବ୍ ଷ୍ଟାଫ୍ , ଟ୍ରାନ୍ସଜେଣ୍ଡର ସେକ୍ରେଟାରୀ ଜସ୍ମିନ ସେକ , ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଉକ୍ତ ଶୋଭାଯାତ୍ରାରେ ପ୍ଲାକାର୍ଡ ଧରି ଏବଂ ସ୍ଲୋଗାନମାନ ଦେଇ ପରିକ୍ରମା କରିଥିଲେ। ପରେ ୱାନ୍ ଷ୍ଟପ୍ ସେଣ୍ଟର ଠାରେ ପହଞ୍ଚି ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସଖୀ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ନିକଟରେ ଶେଷ ହୋଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସଖୀ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଅନନ୍ୟା ପାତ୍ରଙ୍କ ସମେତ ଶ୍ରୀ ନାଗେଶ୍ଵର ଚୌଧୁରୀ , ଶ୍ରୀମତୀ ମଧୁସ୍ମିତା ପାଢି , ଶ୍ରୀମତୀ ସୁନିତା ବେହେରା , ମୋହିନୀ ପ୍ରଧାନ , ଶିବାନୀ ସାମନ୍ତ , ନିରୁପମା ଜେନା , ଟି.ସୁରେଶ କୁମାର , ଦିବ୍ୟ କୁମାର ଓ ହରିକୃଷ୍ଣ ଚୌଧୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post