ପଞ୍ଚ ଧାତୁରେ ନିର୍ମିତ ସ୍ବର୍ଣ୍ଣ ଧନୁର ଓଡ଼ଗାଁ ପରିକ୍ରମା

3

ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିରାଜିତ ଶ୍ରୀ ରଘୁନାଥ ଜିଉଙ୍କ ପିଠ ତଥା ଓଡ଼ିଶାର ଗୁପ୍ତ ଅଯୋଧ୍ୟା ଅଧିଶ୍ବର ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଦକ୍ଷିଣ ଦ୍ଵାର ବେଢ଼ାରେ ରବିବାର ସନ୍ଧ୍ୟାରେ ପଞ୍ଚଧାତୁରେ ନିର୍ମିତ ସ୍ବର୍ଣ୍ଣ ଧନୁ ପହଁଞ୍ଚିବା ପରେ ଖୋଳକିର୍ତ୍ତନ କରି ଶ୍ରଦ୍ଧାଳୁମାନେ ଧନୁଙ୍କୁ ପାଛୋଟି ନେଇଥିଲେ । ଏହି ସମୟରେ ଜୟ ଶ୍ରୀରାମ ଧ୍ୱନିରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଥିଲା । ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ରାମଧନୁକୁ ଗ୍ରାମ ପରିକ୍ରମା କରାଇଥିଲେ । ପଞ୍ଚ ଧାତୁରେ ନିର୍ମିତ ୨୮୬ କେଜି ଓଜନ ବିଶିଷ୍ଟ ସୁନାର ଧନୁ ରାଉରକେଲା ହନୁମାନ ବାଟିକାରୁ ବାହାରିଥିବା ବେଳେ ଆଜି ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ପହଁଞ୍ଚିଥିଲେ । ସ୍ବର୍ଣ୍ଣ ଧନୁ ଭାରତ ଭ୍ରମଣ କରି ଜାନୁଆରୀ ମାସ ୨୨ ତାରିଖରେ ଅଯୋଧ୍ୟାରେ ପହଁଞ୍ଚିବାର ଲକ୍ଷ୍ୟ ରହିଥିବା ଜଣାପଡିଛି ।

Leave A Reply

Your email address will not be published.