ଦେଓଗାଁରେ ବିଶ୍ବ ଶାନ୍ତି ଶୈବ ଯଜ୍ଞ ଉଦଯାପିତ

3

 

ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁରେ ୩ଦିନ ଧରି ଅନୁଷ୍ଠିତ ଦଣ୍ଡେଶ୍ବର ମହାଦେବଙ୍କ ୪ର୍ଥ ବାର୍ଷିକ ଉତ୍ସବ ଅବସରରେ ନୂତନ ଯଜ୍ଞଶାଳା ପ୍ରତିଷ୍ଠା ସହିତ ବିଶ୍ବ ଶାନ୍ତି ଶୈବ ଯଜ୍ଞ, ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଜଳଯାତ୍ରା, କଳସ ସ୍ଥାପନ, ବ୍ରାହ୍ମଣ ବରଣ, ଦେବତା ନିମନ୍ତ୍ରଣ, ଅଗ୍ନି ସ୍ଥାପନ, ଆରତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା ବେଳେ ଦ୍ବିତୀୟ ଓ ତୃତୀୟ ଦିବସରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ଏବଂ ଆହୁତି ପ୍ରଦାନ କରାଯାଇଥିଲା ଏବଂ ଶେଷଦିନ ଅପରାହ୍ନରେ ପୂର୍ଣ୍ଣାହୂତି ପର୍ବ ସମାପନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେଓଗାଁ ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ଯଜ୍ଞାନୁଷ୍ଠାନକୁ ପନ୍ତିଖାରୀ ଶାସନ ବୈଦିକ ବ୍ରାହ୍ମଣମାନେ ପରିଚାଳନା କରିଥିଲେ। ଅନ୍ୟ ପକ୍ଷରେ ଅହରହ ହରି ନାମ ସଙ୍କୀର୍ତ୍ତନ ଚାଲିଥିଲା। ଆଚାର୍ଯ୍ୟ ଭାବେ ଗୋଦାବରୀଶ ହୋତା, ପୁସ୍ତକାଚାର୍ଯ୍ୟ ଲଳିତ ମୋହନ ତ୍ରିପାଠୀ, ଚରୁ ଜଗନ୍ନାଥ ହୋତା, ଚଣ୍ଡି ଲଡୁ କେଶ୍ବର ରଥ, ଯଜ୍ଞ କର୍ମ ପରିଚାଳନା କରିଥିଲେ। ଦେଓଗାଁ ଗ୍ରାମବାସୀଙ୍କ ତରଫରୁ କର୍ତ୍ତା ଭାବେ ଗୋଲକ ବିହାରୀ ଜେନା ଦମ୍ପତି ଦାୟିତ୍ୱ ନିଭାଇଥିଲେ ।

Leave A Reply

Your email address will not be published.