ଓଡ଼ଗାଁ ବୈଦେହୀ ସଂଗୀତାୟନ ବାର୍ଷିକୋତ୍ସବ

3

ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରତିଷ୍ଠିତ ବୈଦେହୀ ସଂଗୀତାୟନ ଓଡ଼ଗାଁର ବାର୍ଷିକୋତ୍ସବ ସ୍ଥାନୀୟ ବ୍ଳକ୍ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଗୀତ ମହାବିଦ୍ୟାଳୟ ଓଡ଼ିଶୀ ଭୋକାଲ ବିଭାଗ ଅଧ୍ୟାପକ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୁରୁ ନିମାକାନ୍ତ ରାଉତରାୟଙ୍କ ହାରମୋନୀୟମ ବାଦନରେ ସଂସ୍କୃତି ବିଶ୍ଵବିଦ୍ୟାଳୟ ତବଲା ଅଧ୍ୟାପକ ଡ. ଦିବାକର ପରିଡ଼ାଙ୍କ ମର୍ଦ୍ଦଳ ବାଦନ ଏବଂ ଭାଓଲିନ୍ ଶୁରମଣୀ ରମେଶ ଚନ୍ଦ୍ର ଦାସ, ତବଲା ଗୁରୁ ସବ୍ୟସାଚୀ ମିଶ୍ର, ଧରମା ପାତ୍ର ଏବଂ ନୃତ୍ୟ ଗୁରୁ ବିକ୍ରମ ଚନ୍ଦ୍ର ବିଶ୍ୱାଳଙ୍କ ସହଯୋଗରେ ପରିଚାଳିତ ହୋଇଥିବା ବେଳେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଂଗୀତ ବିଭାଗ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ଗାୟନ ଓ ସମ୍ବର୍ଦ୍ଧନା ପର୍ବ, ଦ୍ବିତୀୟ ପର୍ଯ୍ୟାୟରେ ତବଲା ଶିକ୍ଷାର୍ଥୀଙ୍କ ସାମୁହିକ ତବଲା ବାଦନ ଏବଂ ଗୁରୁ ମାନଙ୍କ ଦ୍ଵାରା ଗାୟନ, ତୃତୀୟ ପର୍ଯ୍ୟାୟରେ ନୃତ୍ୟ ବିଭାଗ ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ଅବସରରେ ଗୁରୁ ନୀମାକାନ୍ତ ରାଉତରାୟଙ୍କୁ ଦୟାନିଧି ମିଶ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମସ୍ତ ଗୁରୁ ଯଥା ବିଜୟଲକ୍ଷ୍ମୀ ରାଉତରାୟ, ଗୁରୁ ଲୋକନାଥ ମହାନ୍ତି, ରବିନାରାୟଣ ଦାସ, ରୀତି ସ୍ନୀଗ୍ଧା ପ୍ରଧାନ, ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାପ୍ରସାଦ ପଣ୍ଡା, ପଞ୍ଚାନନ ପଣ୍ଡା, ହରପ୍ରସାଦ ମହାପାତ୍ର, ଭାବଗ୍ରାହୀ ମହାପାତ୍ରଙ୍କୁ ପୂର୍ବତନ ସଭାପତି ବୈକୁଣ୍ଠ ବିହାରୀ ମିଶ୍ର ଏବଂ ବର୍ତ୍ତମାନର ସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ନୀମାକାନ୍ତ ରାଉତରାୟଙ୍କ ଶିଷ୍ୟା ତଥା ଝିଅ ଉତ୍ତର ପୂର୍ବ ଭାରତର ପ୍ରାଚୀନ କଳା କେନ୍ଦ୍ର ଅଧିନରେ ସର୍ବଶ୍ରେଷ୍ଠ ବିଶାରଦ ଡିଗ୍ରୀ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବିଜୟଲକ୍ଷ୍ମୀ ରାଉତରାୟ ଯୁଗଳ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲା ବେଳେ ସଙ୍ଗୀତାୟନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସଂଗୀତ, ନୃତ୍ୟ ସଂଗୀତ ଏବଂ ତବଲା ପରିବେଷଣ ବେଶ୍ ଆକର୍ଷଣୀୟ ଥିବାରୁ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ସମ୍ପାଦନ କରିଥିବା ବେଳେ ସ୍ଵରୁପ ରଞ୍ଜନ ମିଶ୍ର ସହଯୋଗ କରିଥିଲେ । ଗୁରୁ ଲୋକନାଥ ମହାନ୍ତି କାର୍ଯ୍ୟକ୍ରମର ସଞ୍ଜୋଜନା କରିଥିଲେ ।

Leave A Reply

Your email address will not be published.