ବେଲଗୁଣ୍ଠା : (ଶିବରାମ ଚୌଧୁରୀ )-:ଆଜିବି ବଞ୍ଚି ରହିଛି ମାନବିକତା। ନୂତନ ରାଷ୍ଟ୍ର ଗଠନ କ୍ଷେତ୍ରରେ ଆଜିକାଲି ଡାକ୍ତରୀ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ। ମେଡିକାଲ କଲେଜରେ ଶିକ୍ଷା ଗ୍ରହଣ କରିବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମନୁଷ୍ୟ ଶରୀର ଏବଂ ଅଙ୍ଗାପ୍ରତ୍ୟଙ୍ଗ ନିହାତି ଆବଶ୍ୟକ ପଡିଥାଏ। ଯାହାକି ବର୍ତମାନ ସମୟରେ ବହୁତ କମିଯାଇଛି। ଏହାକୁ ହୃଦୟଙ୍ଗମ କରି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ତନରଡ଼ା ସ୍ଥିତ ଠେଙ୍ଗାଧର ଗ୍ରାମର ଅନୁସୟା ନାୟକଙ୍କ ଗତ ଶନିବାର ରାତିରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଲୋକେ ଉକ୍ତ ମର ଶରୀରକୁ ନପୋଡି ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜକୁ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ପାଇଁ ଦାନ କରିଦେଇଛାନ୍ତି। ଏଥିସହ ତାଙ୍କର ଦୁଇଟି ଆଖି ସମ୍ପୂର୍ଣ ସୁସ୍ଥ ଥିବା କାରଣରୁ ଅନ୍ୟ ଚକ୍ଷୁହୀନ ବ୍ୟକ୍ତିଙ୍କୁ ରୋପଣ କରାଯିବା ପାଇଁ ଚକ୍ଷୁ ବିଭାଗକୁ ନିଆଯାଇଛି। ମୃତ୍ୟୁ ବେଳକୁ ସ୍ବର୍ଗତ ଅନୁସୟା ନାୟକଙ୍କୁ ସତାଅସି ବର୍ଷ ବୟସ ହୋଇଥିଲା। ସୂଚନା ଯୋଗ୍ୟଯେ ତାଙ୍କର ନାତି ଶୁଭକାନ୍ତ ନାୟକ ମଧ୍ୟ ମୃତ୍ୟୁ ପରେ ନିଜର ସମସ୍ତ ଅଙ୍ଗ ଶିକ୍ଷା କ୍ଷେତ୍ରରେ ଦାନ କରିଦେବା ପାଇଁ ପଞ୍ଜିକୃତ କରିସାରିଛନ୍ତି। ଚିକିତ୍ସାଳୟର ଆନାଟମି ବିଭାଗର ମୁଖ୍ୟ ଡ. ସାଗର ପୃଷ୍ଟି ଏବଂ ଚକ୍ଷୁ ବିଭାଗ ମୁଖ୍ୟ ଡ. ସଦାବ କାବ୍ରୀ ଦୁଇ ଡାକ୍ତର ଙ୍କ ଭୂମିକା ଉକ୍ତ କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ ଥିଲା। ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ରହି ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସେମାନେ ସୁଚାରୁ ରୁପେ ତୁଲାଇଛନ୍ତି ତେଣୁ ପରିବାର ଲୋକେ ତାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି। ଏହା ଏକ ସାମାଜିକ ସେବା ନୁହେଁ ମନୁଷ୍ୟର ନିଜସ୍ୱ କର୍ତବ୍ୟ ବୋଲି ସ୍ବର୍ଗତ ନାୟକଙ୍କ ପରିବାର ଲୋକ କହିଚିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post