ନିଖୋଜ ଆଦିବାସୀ ମହିଳା ଘଟଣାର ଭିନ୍ନ ମୋଡ଼ ଅପହରଣ ସନ୍ଦେହ।

3

 ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାମୀର ଆକୁଳ ନିବେଦନ।             

 କେନ୍ଦୁଝର,ତା୧୧/୧- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ତଳ କାଇଁସାରୀ ପଂଚାୟତର ଆମ୍ବଡ଼ହରା ଗ୍ରାମ ପଥୁରିବାଡ଼ି ସାହିର ଜଣେ ଆଦିବାସୀ ମହିଳା ନିଖୋଜ ହୋଇଥିବାର ଘଟଣା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଘରୁ ଉକ୍ତ ମହିଳା ସୁମିତା ମୁଣ୍ଡା(୩୦) କୁଆଡ଼େ ଚାଲିଯିବା ପରେ ସ୍ୱାମୀ ମିଥୁନ ମୁଣ୍ଡା(୩୨) ବିଭିନ୍ନ ଆଡ଼େ ଖୋଜି ନପାଇବାରୁ ବାଧ୍ୟ ହୋଇ ଶୁଆକାଟି ଫାଣ୍ଡିରେ ଜଣାଇଥିଲେ। ତେଣୁ କେନ୍ଦୁଝର ସଦର ଥାନାରେ ଏକ ନିଖୋଜ ମାମଲା ପୋଲିସ ତା୧୭/୧୨/୨୦୨୫ରିଖରେ ପଞ୍ଜିକରଣ କରିଥିଲା। କିନ୍ତୁ ଏହା ଭିତରେ ସ୍ୱାମୀ ମିଥୁନ ମୁଣ୍ଡାକୁ ଏକ ମୋବାଇଲ ନଂ ୯୬୧୪୦୮୫୦୦ରୁ ପ୍ରୀତିରଞ୍ଜନ ଖିଲାର ବୋଲି ଜଣେ ବ୍ୟକ୍ତି ବାରମ୍ବାର କଲ କରି ସ୍ତ୍ରୀ ଖୋଜିବା ଛାଡ଼ି ଦେ ନହେଲେ ତୋ ପୁଅଝିଅ ଦୁଇଟାଙ୍କୁ ମାରିଦେବୁ ବୋଲି ଧମକ ଦେଇଛି। ଏହିକଥା ସେ ତୁରନ୍ତ ପୋଲିସକୁ ଜଣାଇଥିଲେ ମଧ୍ୟ ସେମାନେ ଟ୍ରାକ କରି ଧରିବେ କହିଛନ୍ତି। ତେବେ ଡେରି ହେଉଥିବାରୁ ମିଥୁନ ମୁଣ୍ଡା ଭୟଭୀତ ଅଛନ୍ତି ନିଜ ପରିବାର ତଥା ସ୍ତ୍ରୀର ସୁରକ୍ଷା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଗୁହାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଲୋକ ତେଣୁ ଜଲଦି କିଛି ହେଲେ ନିଜ ସ୍ତ୍ରୀକୁ ଫେରି ପାଇବେ ନିଜ ଛୋଟ ପୁଅଝିଅ ଦୁଇଜଣ ମାଆକୁ ଦେଖିବେ ବୋଲି ସେ କହିଛନ୍ତି। ପୋଲିସ ଶୀତକୁ ଖାତର ନକରି ଅପରାଧୀକୁ ତୁରନ୍ତ ଧରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.