ଗୁରୁପୂଜନ ସହ ପୁସ୍ତକ ଉନ୍ମୋଚନ।

3

  କେନ୍ଦୁଝର,ତା୧୧/୧- ଭୁବନେଶ୍ୱର, ପଟିଆଗଡ଼ ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ତା୮/୧/୨୦୨୬ରିଖ ଠାରୁ ତା୧୦/୧।୨୦୨୬ରିଖ ଯାଏ ଶ୍ରୀ ଜଗନ୍ନାଥ ପାଲା କଳାକାର ମହାସଂଘ ଆନୁକୂଲ୍ୟରେ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ମା’ ତାରିଣୀ ବାୟକ ପରିଷଦର ସମ୍ପାଦକ ବରିଷ୍ଠ ବାୟକ ଶ୍ରୀ ପ୍ରସନ୍ନ କୁମାର ଦାସଙ୍କୁ ଗାୟିକା ମାନଙ୍କ ଦ୍ୱାରା ଗୁରୁ ଭାବେ ଆସନ ଦେଇ ପୂଜନ କରାଯାଇଥିଲା ଯାହା ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିଛି । ପୁନଶ୍ଚ ଶ୍ରୀ ଜଗନ୍ନାଥ ପାଲା କଳାକାର ଅନୁଷ୍ଠାନ ପକ୍ଷରୁ ବାୟକ ପ୍ରସନ୍ନ ଦାସଙ୍କୁ ‘ବାୟକ ଶଶାଙ୍କ’ ଉପାଧିରେ ଭୂଷିତ କରାଯାଇଛି। ଏହି ଅବସରରେ ଶ୍ରୀ ଦାସଙ୍କ ସ୍ଵରଚିତ ‘ଗୀତ ମାଧୁରୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଗୁରୁ ଭାବେ ପୂଜିତ ହେବା ସହ ସମ୍ମାନୀତ ହୋଇ ପୁସ୍ତକ ଉନ୍ମୋଚନ ପରେ ବାୟକ ପ୍ରସନ୍ନ ଦାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave A Reply

Your email address will not be published.