କାମର ଅଧିକାରର ସୁରକ୍ଷା ପାଇଁ ଦେଶବ୍ୟାପୀ “MGNREGA ବଞ୍ଚାଅ ସଂଗ୍ରାମ” ଆରମ୍ଭ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସଭାଗୃହ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ୟୁପିଏ ସରକାର ଦ୍ୱାରା ୨୦୦୫ ମସିହାରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତି ଆଇନ (MGNREGA) ଏକ ଅଧିକାର-ଆଧାରିତ ଆଇନ, ଯାହା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ମଜୁରୀ ଭିତ୍ତିକ ରୋଜଗାର ଦାବି କରିବାର ଆଇନଗତ ଅଧିକାର ଦେଇଥାଏ। ଦାବି ପରେ ୧୫ ଦିନ ମଧ୍ୟରେ ରୋଜଗାର ଯୋଗାଇବା ରାଜ୍ୟର ଆଇନଗତ କର୍ତ୍ତବ୍ୟ; ତାହା ବିଫଳ ହେଲେ ବେରୋଜଗାର ଭତ୍ତା ଦେବାକୁ ପଡେ। ଏହି ଆଇନଗତ ଅଧିକାର ହେଉଛି MGNREGAର ମୂଳ ପରିଚୟ।
MGNREGA ଗ୍ରାମୀଣ ଜୀବିକା ସୁରକ୍ଷାର ମୂଳ ଆଧାର ଭାବେ ପ୍ରତିବର୍ଷ ୫-୬କୋଟି ପରିବାରକୁ ରୋଜଗାର ଯୋଗାଇଛି, ଦୁଃଖଦ ଦାଦନ (ଡିଷ୍ଟ୍ରେସ ମାଇଗ୍ରେସନ) କମାଇଛି, ଗ୍ରାମୀଣ ମଜୁରୀ ବଢ଼ାଇଛି ଏବଂ ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଛି। ଏହାର ଚାହିଦା-ଭିତ୍ତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା, ଦଳିତ, ଆଦିବାସୀ ଓ ପ୍ରାନ୍ତବର୍ତ୍ତୀ ସମୁଦାୟଙ୍କୁ ଲାଭାନ୍ବିତ କରିଛି। ସମୁଦାୟ କାର୍ଯ୍ୟଦିନର ପ୍ରାୟ ୬୦% ମହିଳାମାନଙ୍କର।
ନୂତନ VB-GRAM-G ଆଇନ ଏହି ଢାଞ୍ଚାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଏ। ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରେ, ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ୯୦ % ରୁ ୬୦% କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦିଦିଏ। କୃଷିଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମଧନ୍ଦା ନ ମିଳିବାର ଆଶଂକା ଥାଏ। ମଜୁରୀ ସୁରକ୍ଷାର ଶିଥିଳତା ଯୋଗୁଁ ରୋଜଗାର କମିବା ଥୟ। ମଜୁରୀ କମିଲେ ଗ୍ରାମୀଣ ଦୁଃଖ ବଢ଼ିବା ନିଶ୍ଚିତ। କାର୍ଯ୍ୟକ୍ରମରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ବାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି। ଗ୍ରାମ୍ୟ ସ୍ୱୟଂଶାସନ ପାଣିଚିଆ ହେବା ସହ MGNEGAର ମୂଲ୍ୟବୋଧକୁ ଶିଥିଳ କରିବାର ଏହା ଏକ ଷଡ୍‌ଯନ୍ତ୍ର।
ଗ୍ରାମୀଣ ଜୀବିକା ଉପରେ ଏହି ଆକ୍ରମଣର ଗମ୍ଭୀରତାକୁ ଧ୍ୟାନରେ ରଖି , କଂଗ୍ରେସ କାର୍ଯ୍ୟକାରିଣୀ ସମିତି (ସିଡବ୍ଲୁସି) ୨୭ ଡିସେମ୍ବର୨୦୨୫ ରେ ହୋଇଥିବା ବୈଠକରେ ସର୍ବସମ୍ମତି କ୍ରମେ “MGNREGA ବଚାଓ ସଂଗ୍ରାମ” ନାମକ ଦେଶବ୍ୟାପୀ ଜନଆନ୍ଦୋଳନ ଆରମ୍ଭ କରିବାକୁ ସଂକଳ୍ପ ଗ୍ରହଣ କରିଛି , ଯାହାର ଉଦ୍ଦେଶ୍ୟ କାମର ଅଧିକାରକୁ ସୁରକ୍ଷା କରିବା ଓ MGNREGAକୁ ତାହାର ମୂଳ ଅଧିକାର-ଆଧାରିତ ରୂପରେ ଫେରିପାଇବା।
୧୦ ଜାନୁଆରୀ ୨୦୨୬ରୁ ୨୫ ଫେବୃଆରୀ ୨୦୨୬ ଆରମ୍ଭ କରିବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଭକ୍ତଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି, ହେଲେ ଆମ ଜିଲ୍ଲା ରେ ବର୍ତ୍ତମାନ ବ୍ଲକ୍ ସ୍ତରୀୟ ଗଜପତି ଉତ୍ସବ କାର୍ଯ୍ୟ ଆରମ୍ଭ ହୋଇଯାଇଛି, ଜିଲ୍ଲା ଉତ୍ସବ ୧୮-୨୨ଜାନୁୟାରୀ ଆରମ୍ଭ ହେବ। ଜିଲ୍ଲା ର ଏହି ସମସ୍ତ ବିଷୟ ସରିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶନାରେ ସମସ୍ତ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ପର୍ଯ୍ୟାୟରେ ମାନନୀୟ ଏଆଇସିସି ଅଧ୍ୟକ୍ଷ ଓ ମାନନୀୟ ବିପକ୍ଷ ନେତାଙ୍କ ଚିଠିଗୁଡ଼ିକୁ ଗ୍ରାମପ୍ରଧାନ, ପୂର୍ବତନ ଗ୍ରାମପ୍ରଧାନ, ରୋଜଗାର ସେବକ ଓ MGNREGA ଶ୍ରମିକଙ୍କୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା , ପୂର୍ବତନ ଯୂବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର , ବଳିଷ୍ଠ କଂଗ୍ରେସ ନେତା ଈଶ୍ୱର ମାଝୀ , ଲବ ସାହୁ , ସୈରା ନାଇଡୁ ମାମାଲି କାର୍ଜି ପ୍ରମୁଖ ଉପସ୍ଥିତରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Leave A Reply

Your email address will not be published.