୪ଟି ହାଇୱା ପାଉଁଶ ବୋଝେଇ ଗାଡ଼ି ଅଟକ : ୧ ଲକ୍ଷ ୬୦ ହଜାର ଜରିମାନା

3

ରାଜଗାଙ୍ଗପୁର,୧୦-୦୧-୨୬. କାରଖାନାର ବର୍ଜ୍ୟ ପାଉଁଶ ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ବେଆଇନ ଭାବେ ପକାଯାଉଥିଲା। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବେଣ୍ଡା ଠାରେ ପୁଲିସ୍ ୪ଟି ହାଇୱା ପାଉଁଶ ବୋଝେଇ ଗାଡ଼ିକୁ ଅଟକ ରଖିବା ସହ ୧ ଲକ୍ଷ ୬୦ ହଜାର ଜରିମାନା କରାଯାଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ରାଜଗାଙ୍ଗପୁର ଓ କୁତ୍ରାର ବିଭିନ୍ନ ସ୍ଥାନରେ କାରଖାନାର ବର୍ଜ୍ୟ ପାଉଁଶକୁ ଗାଡ଼ିରେ ଅଣାଯାଇ ରାସ୍ତାକଡ଼, ଚାଷ ଜମି, ନଦୀକୂଳରେ ବେଆଇନ ଭାବେ ପକାଯାଉଛି। ଏ ନେଇ ଲୋକେ ବାରମ୍ବାର ଅଭିଯୋଗ କରି ଆସୁ ଛନ୍ତି। ଯାହାକୁ ନେଇ ପୂର୍ବରୁ କୁତ୍ରାରେ ଅନେକ ପାଉଁଶ ଗାଡ଼ିକୁ ପୁଲିସ ଜବତ କରିଥିବା ବେଳେ ଆଜି ଲାଞ୍ଜିବେଣ୍ଡା

ଫାଣ୍ଡି ଅଧିକାରୀ ପ୍ରୀତି ରଞ୍ଜନ ପରିଡ଼ା ପାଟ୍ରୋଲିଂ କରିବା ସମୟରେ ୪ଟି ପାଉଁଶ ବୋଝେଇ ଗାଡ଼ିକୁ ଧରିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୧ ଲକ୍ଷ ୬୦ ହଜାର ଜରିମାନା ଆଦାୟ କରାଯାଇଛି

Leave A Reply

Your email address will not be published.