ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ

3

ଜଗତସିଂହପୁର -10.01.2026 ସୁମନ୍ତ କୁମାର ଦାସ: ଭାରତୀୟ ଜନତା ପାର୍ଟି ରେ ଶତାଧିକ କର୍ମୀ ଙ୍କୁ ନେଇ ଅନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି ରେ ସାମିଲ ହେଲେ ସମାଜସେବୀ ଦୀପକ ବିଶ୍ୱାଳ l ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ର ଡେରିକି ବାଲିଚନ୍ଦ୍ରପୁର ନିକଟରେ ଭାରତୀୟ ଜନତା ପାର୍ଟି ର ଏକ ମେଗା ମିଶ୍ରଣ ପର୍ବ ଜିଲ୍ଲାସଭାପତି ଓ ସାଂସଦ ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସମଜା ସେବୀ ଦୀପକ ବିଶ୍ୱାଳ ଜିଲ୍ଲାସଭାପତି ପ୍ରତାପ ମିଶ୍ର,ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ଓ ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଓ ଶତାଧିକ କର୍ମୀ ମାନଙ୍କ ସହିତ ନାଉଗାଁ ବ୍ଳକଛକ ନିକଟରେ ଏକ ବିଶାଳ ବାଇକି ଶୋଭାଯାତ୍ରା ରେ ବାହାରି ନାଉଗାଁ ରୁ ଗଙ୍ଗଦା ବଜାର ନିକଟ ଦେଇ ଅନୁଷ୍ଠିତ ହେଉଥିବା ସଭାସ୍ଥଳୀ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ପହଂଚି ବା ପରେ,କର୍ମୀ ମାନେ ମାନ୍ୟ ଗଣ ଅତିଥି ଓ ସମାଜ ସେବୀ ଦୀପକ ବିଶ୍ୱାଳ ଙ୍କୁ ପାଛୋଟି ନେଇ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ପରେ ପରେ ସଭା କାର୍ଯ୍ୟ ଆରମ୍ଭ କରାଯିବା ପରେ ଅନୁଷ୍ଠାନିକ ଭାବେ ମାନ୍ୟବର ସାଂସଦ, ଜିଲ୍ଲାସଭାପତି ଓ ଅନ୍ୟ ମାନ୍ୟ ଗଣ ଅତିଥି ମାନଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟି ରେ ସମାଜସେବୀ ଦୀପକ ବିଶ୍ୱାଳ ଙ୍କୁ ଦଳରେ ସାମିଲ କରାଯାଇ ଥିଲା, ଦୀପକ ବିଶ୍ୱାଳ ଙ୍କ ନେତୃତ୍ୱ କୁ ଦୃଢ ବିଶ୍ୱାସ କରି ଶତାଧିକ କର୍ମୀ ବିଜୁ ଜନତା ଦଳ ଓ କଂଗ୍ରେସ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ l ତେବେ ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାରତୀୟ ଜନତା ପାର୍ଟି ର ଉପେନ୍ଦ୍ର ନାଥ ବିଶ୍ୱାଳ, ବାଲିକୁଦା ଏରସମା ନେତା ସଞ୍ଜୟ ମହାନ୍ତି, ଗଣେଶ ପ୍ରସାଦ ମହାନ୍ତି,ମଣ୍ଡଳ ସଭାପତି ଓ ଅନ୍ୟ ବରିଷ୍ଠ କର୍ମୀ ମାନେ ଏହି ମିଶ୍ରଣ ପର୍ବ ରେ ସାମିଲ ହୋଇଥିବା ର ଦେଖା ଯାଇଛି

Leave A Reply

Your email address will not be published.