ରଙ୍ଗଣି ପାଟଣାରେ ନବାହ୍ନ ପାରାୟଣ ମହାସମାରୋହ

3

 

ବେଲଗୁଣ୍ଠା, ୧୦/୦୧, ବେଲଗୁଣ୍ଠା ସହର ଅନ୍ତର୍ଗତ ରଙ୍ଗଣି ପାଟଣା ଗ୍ରାମରେ ଦିବ୍ୟ ଜୀବନ ସଂଘ ତରଫରୁ ନଅ ଦିନିଆ ରାମ ଚରିତ ମାନସ ଏବଂ ନବାହ୍ନ ପାରାୟଣ ମହାସମାରୋହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚାଲିଛି I ଏହି କାର୍ଯ୍ୟକ୍ରମ ଜାନୁୟାରୀ ଚାରି ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ସୋମବାର ଦିନ ସମାପନ ହେବ ବୋଲି ସୂଚନା ମିଳିଛି I ଏଥିରେ ଗୋବିନ୍ଦପୁର ଅଞ୍ଚଳର ବିଶିଷ୍ଟ ପ୍ରବଚିକା ସତ୍ୟଭାମା ପ୍ରଧାନ ଯୋଗ ଦେଇ ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନ ଏବଂ ଆଦର୍ଶ ଉପରେ ପ୍ରବଚନ ଦେଉଛନ୍ତି I ଏହି ଅବସରରେ ପ୍ରତିଦିନ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି I ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ଶୁଣିବା ପାଇଁ ଏବଂ ପ୍ରସାଦ ସେବନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦିବ୍ୟ ଜୀବନ ସଂଘର ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନକୁ ଉଚ୍ଚ ପ୍ରଶଂସା କରିଛନ୍ତି I ଆଜି ବିଧାୟକ ଶ୍ରୀ ବିଷୋୟୀଙ୍କ ସମେତ ଏମବିଏସ୍ କୋଲା ୟୁନିଟ୍ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବସନ୍ତ କୁମାର ବିଷୋୟୀ, ଯୁବ ସଂଗଠକ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ସାଂସଦ ପ୍ରତିନିଧି ରଞ୍ଜନ ରାଉତ, ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ,ବେଲଗୁଣ୍ଠା ପଂଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବରିଷ୍ଠ ସଂଗଠକ ନୀଳାଞ୍ଚଳ ମହାପାତ୍ର, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ବୁନା ପତି,ସରପଞ୍ଚ ଦୂର୍ଗା ମାଧବ ନାୟକ,ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡା,ମଣ୍ଡଳ ସଭାପତି ସଞ୍ଜୟ ଜେନା,ବିଜେପି ଏନ୍ଏସି ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ତ୍ରିପାଠି, ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଯୁବ ମୋର୍ଚ୍ଚା ସଭାପତି ଶଙ୍କର ପାତ୍ର, ବରିଷ୍ଠ ନେତା ଗଙ୍ଗାଧର ଡାକୁଆ, ସୁରେଶ ଚୌଧୂରୀ, ଆଲୋକ ସାହାଣୀ,ତୋଫାନ ପୋଲାଈ,ମୁନା ସାମଲ,ଟୁଟୁ ପ୍ରଧାନ,ମାନସ ଜେନା,ମହେନ୍ଦ୍ର ବେହେରା,କୃଷ୍ଣ ସାହୁ,କଂଗ୍ରେସ ରାଉତ,ବିଶ୍ଵନାଥ ସାହୁ, ଗୋପାଳ ପାତ୍ର, ମନୋଜ ଦଳେଇ, ଅଞ୍ଜନ ପତି, କମଳା ପତି, ପ୍ରଭାତ ପତି, ମଦନ ମାହୁନ୍ତ, ରାଧାକୃଷ୍ଣ ସ୍ୱାଇଁ, ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା କେନ୍ଦ୍ର ସମ୍ପାଦକ ସୁଶାନ୍ତ ବେହେରା, ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନର ସମ୍ପାଦକ ବୁଲୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ I ଗ୍ରାମବାସୀଙ୍କ ତରଫରୁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା I ଦିବ୍ୟ ଜୀବନ ସଂଘ ତରଫରୁ ସ୍ଥାୟୀ ଘର ପାଇଁ ବିଧାୟକଙ୍କୁ ଅନୁରୋଧ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ନୂତନ ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରତିଶୃ୍ତି ଦେଇଥିଲେ I ଦିବ୍ୟ ଜୀବନ ସଂଘ ସଭାପତି ପଞ୍ଚାନନ ସାହୁ, ସମ୍ପାଦକ ରମେଶ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଙ୍କ ସମେତ ଦିବ୍ୟ ଜୀବନ ସଂଘର ସମସ୍ତ ସଦସ୍ୟ, ମାଆ ଭୂଇଁଆଣି ଯୁବକ ସଂଘ ସଦସ୍ୟ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରୁଛନ୍ତି I

Leave A Reply

Your email address will not be published.