ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟରେ ଜାରି ରହିଛି ଶୀତ ଲହରୀ I ଭାଙ୍ଗିଛି ବର୍ଷ ବର୍ଷର ରେକର୍ଡ୍ I ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ଏବଂ ଏହାର ଆଖ ପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ଶୀତର ପ୍ରକୋପ ପରଲିକ୍ଷିତ ହୋଇଛି I ବେଲଗୁଣ୍ଠା ସହରରେ କେବେ ତାପ ମାତ୍ରା ୧୦°ସେଲସିଅସ୍ ରୁ କମି ନଥିବା ବେଳେ ଚଳିତ ବର୍ଷ ପାରଦ ୮.୬° ସେଲସିଅସ୍ କୁ ଖସି ଆସିଛି I ଏହା ବିଗତ ୫୦ ବର୍ଷର ରେକର୍ଡ଼ ଭାଙ୍ଗିଥିବା ସହରର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତି I ଚଳିତ ବର୍ଷ ବେଲଗୁଣ୍ଠାରେ ଦିନ ସାରା ଶୀତ ଅନୁଭୂତ ହେବା ସହିତ କୋହଲା ପବନରେ ଜନ ଜୀବନ ଅସ୍ତ୍ୟବ୍ୟସ୍ତ ହୋଇ ଉଠୁଛି I ରାତିରେ ଅସମ୍ଭାଳ ଶୀତ ହେଉଥିବା ବେଳେ ସନ୍ଧ୍ୟା ସମୟରୁ ହିଁ ରାସ୍ତାଘାଟ ଶୂନଶାନ ହୋଇଯାଉଥିବା ଦେଖିବାକୁ ମିଳୁଛି I ସେହିପରି ସକାଳ ଦଶଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରିବା ପାଇଁ ପସନ୍ଦ କରୁ ନାହାଁନ୍ତି I ବିଭିନ୍ନ ସ୍ଥାନରେ ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ସେକି ହେଉଥିବା ଦେଖିବାକୁ ମିଳିଛି I ପ୍ରବଳ ଶୀତ ଯୋଗୁଁ ବଜାରରେ ଥଣ୍ଡା ମୃଦୁ ପାନୀୟ ବ୍ୟବସାୟ ମାନ୍ଦା ରହିଥିବା ବେଳେ ଚାହା, କଫି ଦୋକାନରେ ଭିଡ଼ ଲାଗୁଛି I ଅନ୍ୟପଟେ ପ୍ରବଳ ଥଣ୍ଡା ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରିଛି I ସକାଳେ ଏବଂ ସନ୍ଧ୍ୟାରେ ଛୋଟ ଛୋଟ ଛୁଆ ମାନେ ଟ୍ୟୁସନ୍ ଯିବାରେ ସମସ୍ୟା ଭୋଗୁଛନ୍ତି I ସେହିପରି ଏହି ଶୀତ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଯନ୍ତ୍ରଣା ଦାୟକ ହୋଇଛି I
Sign in
Sign in
Recover your password.
A password will be e-mailed to you.
Prev Post
Next Post