ଓଡ଼ଗାଁ ପବ୍ଲିକ ପ୍ରଶାସନ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍-୨୦୨୬: ତହସିଲ ଟାଇଗର ଏବଂ ଓଡ଼ଗାଁ ଗୋଲ୍ଡ ବିଜୟୀ

3

ଓଡ଼ଗାଁ ୧୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଲଡ୍ ସହିତ ଓଡ଼ଗାଁ କଲେଜ ସୁପର୍ କିଙ୍ଗସ୍ ଏବଂ ଓଡ଼ଗାଁ ବ୍ଳକ ବ୍ଳାଷ୍ଟର ସହିତ ତହସିଲ ଟାଇଗର ମଧ୍ୟରେ ଶନିବାର ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ୨ଗୋଟି ବନ୍ଧୁତ୍ୱ ପୂର୍ଣ୍ଣ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଓଡ଼ଗାଁ ବିଡିଓ ପ୍ରିତିବାଳା ରଣାଙ୍କ ନେତୃତ୍ବରେ ଖେଳୁଥିବା ଓଡ଼ଗାଁ ବ୍ଳକ ବ୍ଳାଷ୍ଟରକୁ ହରାଇ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇଙ୍କ ନେତୃତ୍ୱରେ ଆସିଥିବା ତହସିଲ ଟାଇଗର ଟିମ୍ ଓଡ଼ଗାଁ ତହସିଲଦାରଙ୍କ ଅଧିନାୟକତ୍ବରେ ମ୍ୟାଚ ଖେଳି ୫ ଉଇକେଟରେ ବିଜୟ ହାସଲ କରିଥିବା ବେଳେ ତହସିଲଦାରଙ୍କ ଦମଦାର ଛକା ଚୈ।କା ବ୍ୟାଟିଂ ମ୍ୟାଚକୁ ଜିତିବାରେ ସହାୟକ ହୋଇଥିଲା । ଦ୍ବିତୀୟ ମ୍ୟାଚରେ ଓଡ଼ଗାଁ କଲେଜ ସୁପର୍ କିଙ୍ଗସକୁ ହରାଇ ଭେଟରାନ ଖେଳାଳି ତଥା ଓଡ଼ଗାଁର ଖେଳ ମଣିଷ ଭାବେ ପରିଚିତ ଦିବାକର ନାୟକଙ୍କ ଅଧିନାୟକତ୍ବରେ ଓଡ଼ଗାଁ ଗୋଲଡ୍ ୬୪ ରନରେ ବିଜୟ ହାସଲ କରି ଚହଳ ସୃଷ୍ଟି କରିଥିଲେ । ଅମ୍ପାୟାର ଭାବେ ଜନ୍ମେଜୟ ଦାଶ ମ୍ୟାଚ ପରିଚାଳନା କରିଥିବା ବେଳେ ଖେଳ ମଣିଷ ଦିବାକର ନାୟକଙ୍କ ପରାମର୍ଶ କ୍ରମେ ସନ୍ତୋଷ ପ୍ରଧାନ, ମାନସ ରଞ୍ଜନ ସାହୁ, ପ୍ରବୀର ନାୟକ, ସଞ୍ଜୟ ସାହୁ, ପ୍ରଭାକର ବେହେରା ଜ୍ୟୋତି ପ୍ରକାଶ ମାଝୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଆଗାମୀ ଦିନରେ କୌଣସି ଏକ ଛୁଟି ଦିନରେ ଉଭୟ ବିଜୟୀ ଦଳଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.