ମାଲକାନଗିରି, ୧୦|୧: ରାଜ୍ୟ ଆଦିବାସୀ ସଂଘର ସଭାପତି କର୍ମା ଲାକ୍ରା, ସାଧାରଣ ସଂପାଦକ ଶରତ ଚନ୍ଦ୍ର ନାୟକ ଓ ମନୋଜ କୁମାର ପ୍ରଧାନ, ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘର ସଭାପତି ବନ୍ଧୁ ମୁଦୁଲି, ମୟୁରଭଞ୍ଜ ଜିଲ୍ଲା ଆଦିବାସୀ ସଂଘର ସଭାପତି ରବୀନ୍ଦ୍ରନାଥ ସିଂହ ସମେତ ଅନ୍ୟ ଜିଲ୍ଲାର ଆଦିବାସୀ ନେତାମାନେ ରାଖାଲଗୁଡ଼ା ଘଟଣା ଉପରେ ଏସ ପି ଶ୍ରୀ ବିନେ।ଦ ପ।ଟିଲ ଙ୍କୁ ବିଭିନ୍ନ ଦାବି ଜଣେଇବା ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଅଭିଯୁକ୍ତକୁ ଫାଶୀ ଦେବା ପାଇଁ ଦାବି କରାଯାଇଥିଲା। ଏଥିସହ ଦୁଇ ସଂପ୍ରଦାୟ ଭିତରେ କିପରି ଭାଇଚାରା ସୃଷ୍ଟି ହେବ ସେନେଇ ମଧ୍ୟ ଆଲୋଚନା କରିଥିଲେ । ଏସପି ଶ୍ରୀ ପାଟିଲ ମଧ୍ୟ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା କୁହାଯାଇଛି। ମୃତ ଲାକେ ପଡ଼ିଆମିଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ସହ ତାଙ୍କର ଜମିକୁ ତୁରନ୍ତ ଫେରାଯାଉ ବୋଲି ଦାବି କରିଥିଲେ। ଏଥିସହ ବେଆଇନ ଜମି ଗୁଡ଼ିକ ଅକ୍ତିଆର କରି ରଖିଥିବାରୁ ତାହାର ତଦନ୍ତ କରାଯାଇ ଫେରାଇ ଆଣିବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post