ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ଖରିଫ ମଣ୍ଡିରେ ଧାନ ଅବ୍ୟବସ୍ଥାକୁ ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସର ସଭାପତି ଜି.ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଓ କିଷାନ ସେଲର କର୍ମୀମାନେ ବିକ୍ଷୋଭପ୍ରଦର୍ଶନ କରିଛନ୍ତି। ଏଥି ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅଭୟ ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାର ଗୋବିନ୍ଦପାଲ୍ଲୀ, ମାଥିଲି, ନାୟକଗୁଡା, ଭେଜାଗୁଡ଼ା, ପାଣ୍ଡ୍ରିପାଣି ମଣ୍ଡି ବୁଲିବା ପରେ ଶୁକ୍ରବାର ସରକାର ଓ ସରକାରୀ ଦଳର ନିଷ୍କ୍ରିୟତା ଓ ଉଦାସୀନତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରତ୍ୟେକ ମଣ୍ଡିରେ ୫ରୁ ୧୦ ହଜାର ବସ୍ତା ଧାନ ଗତ ୧୫ ଦିନ ହେଲା ପଡ଼ି ରହିଛି। ସେଠାରେ ମହିଳା ଓ ପୁରୁଷ ଚାଷୀମନେ ରାତିରେ ଉଜାଗର ରହି ନିଜ ଅମଳ ଧାନକୁ ଜଗି ରହିଛନ୍ତି । କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି।
ଚାଷୀଙ୍କ ପ୍ରତି ସରକାରଙ୍କ ସର୍ବନିମ୍ନ ସହାନୁଭୂତି ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ଗତ ୨୪ ତାରିଖରୁ ଜିଲ୍ଲାର ୬୮ଟି ମଣ୍ଡିରେ ଲଗାତାର ଅବ୍ୟବସ୍ଥା ଲାଗି ରହି ହିଛି। ଯୁଦ୍ଧକାଳୀନ ଭିତ୍ତରେ ଚାଷୀଙ୍କ ଧାନ ଉଠାଇବା ନିମନ୍ତେ କଂଗ୍ରେସ ଦାବି କରିଛି। ପରବର୍ତ୍ତୀ ସମୟରେ ଆସୁଥିବା ଧାନକୁ ୨୪ ଘଣ୍ଟାରେ ଉଠାଇବା ସହିତ ଧାନ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ପ୍ରଦାନ କରିବାକୁ ଦାବି ଦାବି ହୋଇଛି। ପ୍ରତ୍ୟେକ ଜରି ବସ୍ତାର ବଜାର ଦର ଚାଷୀଙ୍କୁ ପ୍ରଦାନ କରିବା ସହିତ ଗତବର୍ଷ ଚାଷୀଙ୍କ ବକେୟା ଥିବା ୮୦୦ ଟଙ୍କା ତୁରନ୍ତ ପ୍ରଦାନ କରିବା ନିମେନ୍ତ କଂଗ୍ରେସ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି| ବିକ୍ଷୋଭ ପ୍ରଦର୍ଶନ ସମୟରେ ବରିଷ୍ଠ ନେତା ମାଲା ମାଢି, ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ପି.କେଶୁ ରାଓ, ପଦ୍ମ ରଂଜନ ପାଙ୍ଗି, ଇର୍ମା ପଡିଆମି, ଦଶରଥ ଡୁରୁକା, ଭୀମା ବାରସେ, ରହିମ ଖାନ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post