ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ।

3

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଜାତୀୟ ରାଜପଥ ୧୬ ଗୋଳନ୍ଥରା ଥାନା ସମ୍ମୁଖରେ ଏକ ଅଜଣା ଟ୍ରକ୍ ଧକ୍କାରେ ନିକଟସ୍ଥ ଭାଲିଆଗଡ ଗ୍ରାମ ର ଡି ଦେବୀ ନାମ୍ନୀ ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ସନ୍ତୋଷୀ ମନ୍ଦିରକୁ ଯିବା ପାଇଁ ବସ୍ ଯୋଗେ ଆସି ଗୋଳନ୍ଥରା ଥାନା ସମ୍ମୁଖରେ ଓହ୍ଲାଇ ରାସ୍ତା ପାର ହେଉଥିବା ବେଳେ ଗୋଟିଏ ଟ୍ରକ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ଥାନା କର୍ମଚାରୀମାନେ ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ବଡଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ଓ ଜାତୀୟ ରାଜପଥ ରେ ଲାଗିଥିବା ବିଭିନ୍ନ ସି ସି ଟି ଭି ଫୁଟେଜ ଯାଞ୍ଚ କରି ଦୁର୍ଘଟଣାଗ୍ରସ୍ତ ଗାଡି କୁ ଧରାଯିବ ବୋଲି ଥାନା ସୁତ୍ରରୁ ପ୍ରକାଶ ପାଇଛି।

Leave A Reply

Your email address will not be published.