ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡ଼ଗାଁ, ବନ୍ଦେ ମାତରମ୍” ରାଷ୍ଟ୍ରଗୀତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

3

 

ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): “ବନ୍ଦେ ମାତରମ୍” ରାଷ୍ଟ୍ରଗୀତର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ସଭାଗୃହରେ ଏନ୍ଏସି ସ୍ତରୀୟ ବନ୍ଦେ ମାତରମ୍” ରାଷ୍ଟ୍ରଗୀତ ପ୍ରଶିକ୍ଷଣ ଶିବିର ଏବଂ ଆତ୍ମ ନିର୍ଭର ଭାରତ ଗଠନ ଉଦ୍ଦେଶ୍ୟରେ ସ୍ବଦେଶୀ ସଙ୍କଳ୍ପ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ତତ୍ବାବଧାନରେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଶିକ୍ଷକ ଭାବଗ୍ରାହୀ ମହାପାତ୍ର,ରଞ୍ଜନ କୁମାର ଦାଶ ଓ ପଞ୍ଚାନନ ପଣ୍ଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା ଏବଂ ସନ୍ତୋଷୀ ସାହୁ ଯୋଗଦେଇ ଅଂଶଗ୍ରହଣକାରୀ ଏନଏସି ଅନ୍ତର୍ଗତ ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ,ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ “ବନ୍ଦେ ମାତରମ୍” ଗୀତର ଐତିହାସିକ ପୃଷ୍ଠଭୂମି ତଥା ଗାୟନ ଶୈଳୀ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଜାନୁଆରୀ ୧୨ ତାରିଖ ବିବେକାନନ୍ଦ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ଓଡ଼ଗାଁ କଲ୍ୟାଣୀ ମଣ୍ଡପ ଠାରେ ସମବେତ ହୋଇ”ବନ୍ଦେ ମାତରମ୍” ସମୂହ ଭାବେ ଗାନ କରିବେ।ଏବଂ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା କରାଯିବ।ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଆତ୍ମ ନିର୍ଭର ଭାରତ ଆମ୍ବାସଡର ଭାବେ ଜଣେ ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କୁ ଚୟନ କରିବା ନିମନ୍ତେ ସମସ୍ତଙ୍କୁ ସୂଚନା ପ୍ରଦାନ କରାଯାଇଥିଲା।ପରିଶେଷରେ ଆତ୍ମ ନିର୍ଭର ଭାରତ ଗଠନ ଉଦ୍ଦେଶ୍ୟରେ ସ୍ବଦେଶୀ ସଙ୍କଳ୍ପ ପାଠ କରାଯାଇଥିଲା।ଆସନ୍ତା ୧୯ ତାରିଖ ଦିନ ଏନ୍ଏସି ସ୍ତରୀୟ ଏକ ସ୍ଵତନ୍ତ୍ର ଉତ୍ସଵ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ।

Leave A Reply

Your email address will not be published.