ବନ୍ଦେ ମାତରମ୍” ରାଷ୍ଟ୍ରଗୀତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

3

ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): “ବନ୍ଦେ ମାତରମ୍” ରାଷ୍ଟ୍ରଗୀତର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ୨ଟି ପର୍ଯ୍ୟାୟରେ ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍” ରାଷ୍ଟ୍ରଗୀତ ପ୍ରଶିକ୍ଷଣ ଶିବିର ଏବଂ ଆତ୍ମ ନିର୍ଭର ଭାରତ ଗଠନ ଉଦ୍ଦେଶ୍ୟରେ ସ୍ବଦେଶୀ ସଙ୍କଳ୍ପ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ବ୍ଳକ ବିଡିଓ ପ୍ରିତିବାଳା ରଣାଙ୍କ ତତ୍ବାବଧାନରେ ଆୟୋଜିତ ବ୍ଲକ ସ୍ତ୍ରରୀୟ ତାଲିମ୍ କାର୍ଯ୍ୟକ୍ରମରେ ଏହି ବ୍ଲକ ଅନ୍ତର୍ଗତ ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ,ଅଧ୍ୟାପକ,ଅଧ୍ୟାପିକା ମାନେ ଅଂଶଗ୍ରହଣ କରିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ପ୍ରଶିକ୍ଷକ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଓ ରଞ୍ଜନ କୁମାର ଦାଶ,ପଞ୍ଚାନନ ପଣ୍ଡା ଅଂଶଗ୍ରହଣକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ “ବନ୍ଦେ ମାତରମ୍” ଗୀତର ଐତିହାସିକ ପୃଷ୍ଠଭୂମି ତଥା ଗାନ କରିବାର ଶୈଳୀ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଜାନୁଆରୀ ୧୨ ତାରିଖ ବିବେକାନନ୍ଦ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ “ବନ୍ଦେ ମାତରମ୍” ସମୂହ ଭାବେ ଗାନ କରାଯିବ। ଏବଂ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ବକ୍ତୃତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା କରାଯିବ। ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଆତ୍ମ ନିର୍ଭର ଭାରତ ଆମ୍ବାସଡର ଭାବେ ଜଣେ ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କୁ ଚୟନ କରିବା ପାଇଁ ସୂଚନା ପ୍ରଦାନ କରାଯାଇଥିଲା।ଆସନ୍ତା ୧୭ ତାରିଖ ଦିନ ବ୍ଲକ ସ୍ତରରେ ଏକ ସ୍ଵତନ୍ତ୍ର ଉତ୍ସଵ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ।କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ ପରିଚାଳନା କରିଥିବା ବେଳେ ସହକର୍ମୀ ରାଜେଶ ନାୟକ ସହଯୋଗ କରିଥିଲେ।

Leave A Reply

Your email address will not be published.