ଓଡ଼ଗାଁ ଆଦର୍ଶ ଥାନା ପାଇଁ ନୂଆ ଆଇଆଇସି

3

ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାକୁ ଆସୁଛନ୍ତି ନୂଆ ଆଇଆଇସି । ଓଡ଼ିଶା ପୋଲିସ ନୟାଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ତରଫରୁ ପ୍ରକାଶିତ ବଦଳି ତାଲିକା ଅନୁସାରେ ବର୍ତ୍ତମାନର ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ସତ୍ୟ ନାରାୟଣ ବାରିକ ଓଡ଼ଗାଁ ଆଦର୍ଶ ଥାନାକୁ ନୂତନ ଆଇଆଇସି ଭାବେ ଯୋଗଦେବାକୁ ଆସୁଥିବା ଜଣାପଡିଛି । ଶୁକ୍ରବାର ନୟାଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସେ ଯୋଗଦେଇଥିବା ବେଳେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଓଡ଼ଗାଁ ଥାନାରେ ଯୋଗଦେଇ ପାରନ୍ତି । ଏଥି ପୂର୍ବରୁ ଭୁବନେଶ୍ୱରର ଏୟାରପୋର୍ଟ ଥାନାରେ ସେ କାର୍ଯ୍ୟରତ ଥିଲେ । 

Leave A Reply

Your email address will not be published.