ବାଲୁଗାଁ:(ସେକ୍ କୌସର ):ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା,ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ,ଯୁବ ରେଡକ୍ରସ ଓ ରୋଭର୍ସ ଶାଖାର ମିଳିତ ଆୟୋଜନରେ ଆଜି ପ୍ଲାଷ୍ଟିକ ମୁକ୍ତ ସ୍ଥାୟୀ ପରିସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା,ଡ଼କ୍ଟର ମୋନାଲିସା ମାନସିଂହ,ଅଧ୍ୟାପିକା ରୀନା ରାଉତ,ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ, ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି, ଅଧ୍ୟାପିକା ଝରଣା ନାଥ,ଅଧ୍ୟାପକ ଶିବରାମ ସିଂହ,ଅଧ୍ୟାପକ ଧୋବି ଚରଣ ପରିଡାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନା ସଫେଇକରିବା ସହ ଚିଲିକା କୂଳରେ ସଫେଇକାର୍ଯ୍ୟ କରି ପ୍ଲାଷ୍ଟିକମୁକ୍ତ ଚିଲିକା ଅଭିଯାନ ପାଇଁ ସଂକଳ୍ପ କରିଥିଲେ l ଏଥିସହିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଚିଲିକା କୂଳ ଜନସାଧାରଣଙ୍କୁ ଚିଲିକା କୂଳରେ ପ୍ଲାଷ୍ଟିକ ଆବର୍ଜନା ନ ପକାଇବାକୁ ସ୍ବେଛାସେବୀମାନଙ୍କୁ ଅନୁରୋଧ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post