ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- , ବର୍ତ୍ତମାନ ବଣଭୋଜିର ସମୟ ଚାଲିଥିବା ବେଳେ ବଣଭୋଜି ଏବଂ ଦର୍ଶନୀୟ ସ୍ଥାନ ଗୁଡ଼ିକରେ ପ୍ଲାଷ୍ଟିକ୍ ଆବର୍ଜ୍ଜନା ମୁଣ୍ଡ ବ୍ୟଥାର କlରଣ ପାଲଟିଛି I ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍ ଆନୁକୂଲ୍ୟରେ ଉତ୍ତର ଘୁମୁସର ବନ ଖଣ୍ଡ ତରଫରୁ ଏହି ବନଖଣ୍ଡ ଅନ୍ତର୍ଗତ ଆଠଟି ପର୍ଯ୍ୟଟନସ୍ଥଳୀରେ ପ୍ଲାଷ୍ଟିକ୍ ବର୍ଜ୍ଜନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ମାଆ ବୁଢାକେନ୍ଦୁ ପୀଠରେ ପ୍ଳାଷ୍ଟିକ୍ ବର୍ଜ୍ଜନ ପାଇଁ ଜନ ସଚେତନତା ସୃଷ୍ଟି କରାଯିବା ସହିତ ଆସିଥିବା ପର୍ଯ୍ୟଟକ ମାନଙ୍କୁ ପୁନଃ ଉପଯୋଗୀ ହୋଇପାରୁନଥିବା ପ୍ଲାଷ୍ଟିକ୍ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା I କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ଏସିଏଫ୍ ବିବେକ ଦାସ, ବିମଳ ପ୍ରଧାନ,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ଗାଙ୍ଗପୁର ବନପାଳ ଶଙ୍କର୍ଷଣ ଗୌଡ଼,ବନରକ୍ଷୀ ବୁଲୁ ନାହାକ, ବଣ କର୍ମଚାରୀ,ପର୍ଶୁଲୁଣ୍ଡା ବନ ସଂରକ୍ଷଣ ସମିତି, ମାଆ ବୁଢାକେନ୍ଦୁ ମନ୍ଦିର ପରିଚାଳନା କମିଟିଙ୍କ ସମେତ ସ୍ଥାନୀୟ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଏହି ଅବସରରେ ଏସିଏଫ୍ ଶ୍ରୀ ଦାସ ଖାଦ୍ୟ ଖାଇବା ପାଇଁ ପ୍ଲାଷ୍ଟିକ୍ କିମ୍ବା ଥର୍ମୋକୁଲ୍ ଥାଳି ବଦଳରେ ଶlଳ ପତ୍ର କିମ୍ବା ଶିଆଳି ପତ୍ରରେ ନିର୍ମିତ ଥାଳି ବ୍ୟବହାର କଲେ ପ୍ଳାଷ୍ଟିକ୍ ଜନିତ ଆବର୍ଜ୍ଜନା କମିବା ସହିତ ପତ୍ର ସଂଗ୍ରହ କରୁ୍ଥିବା ସ୍ଥାନୀୟ ଅଧିବାସୀଙ୍କ ଅର୍ଥନୀତିରେ ମଧ୍ୟ ବିକାଶ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.