କେନ୍ଦୁଝର,ତା୯/୧- ଆଜି ଘଟଗାଁ ହରିଚନ୍ଦନପୁର ରାସ୍ତାର ବିଣାଝରୀ ଗ୍ରାମ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲିଯୋଡ଼ି ଗ୍ରାମ, ଦେହୁରୀ ସାହିର ଦୟାନିଧି ନାଏକ (୫୭) ହରିଚନ୍ଦନପୁର ହାଟରୁ ବାଇକ ଯୋଗେ ଫେରିବା ବେଳକୁ ଏକ ଦ୍ରୁତଗାମୀ ବାଲି ବୋଝେଇ ଟ୍ରକ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ସେଠାରେ ତାର ମୃତ୍ୟୁ ଘଟିଛି। ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଚିରାଚରିତ ଢଙ୍ଗରେ ଫେରାର ହୋଇଯାଇଛି। ଖବରପାଇ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ତଦନ୍ତ ଚାଲୁ ରଖିଛନ୍ତି। ତେବେ ଗରିବ ଦୀନଦୁଃଖୀ ଲୋକଟିର ମୃତ୍ୟୁ ଯୋଗୁଁ ଉକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ପରିବାରକୁ ସରକାର ଯଥେଷ୍ଟ ସହାୟତା ଦେବାକୁ ଲୋକେ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.