(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣପୁର ର ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ଵାନ କ୍ରମେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଙ୍ଘ ର ଅର୍ଥାତ୍ ଗୁଣପୁର ଉପଖଣ୍ଡ ର ସମସ୍ତ ବ୍ଲକ ରୁ କିଛି କିଛି ସାମ୍ବାଦିକ ଙ୍କୁ ନେଇ ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସାଙ୍ଗକୁ ସଂଘ ର ସାଧରଣ ବୈଠକ ଅନୁଷ୍ଠିତ କରାଯାଇ ଥିଲା । ଏହି ବୈଠକରେ ଚଳିତ ବର୍ଷ ପାଇଁ ସଂଘର ସଭାପତି ଭାବେ ଶ୍ରୀ ପ୍ରଶାନ୍ତ କୁମାର କର, କାର୍ଯ୍ୟକାରି ସଭାପତି ଭାବେ ଶ୍ରୀ ଇପିଲି ଶବାରିସ, ଉପ ସଭାପତି ଭାବେ ପିଙ୍କି ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ରବିନ୍ଦ୍ର କୁମାର ପଣ୍ଡା, ସଂଗଠନ ସମ୍ପାଦକ ଭାବେ ଶ୍ରୀ କିରଣ କୁମାର ପାଣିଗ୍ରାହୀ, ସହ ସମ୍ପାଦକ ଭାବେ ଶ୍ରୀ ତ୍ରିପତି ବିଡ଼ିକା ଏବଂ କୋଷାଧକ୍ଷ ଭାବେ ଶ୍ରୀ ରଞ୍ଜିତ କୁମାର ପାଢ଼ୀ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା।
ଏହି କାର୍ଯ୍ୟକ୍ରମରେ ସଂଘର ଆଇନ ପରାମର୍ଶ ଦାତା ଶ୍ରୀ ପ୍ରଦୀପ କୁମାର ଦାଶ ଙ୍କୁ ସରକାରୀ ସ୍ଵତନ୍ତ୍ର ଓକିଲ ଭାବେ ନିଯୁକ୍ତି ମିଳିବା ସହ ସଂଘର ଉପଦେଷ୍ଟା ଶ୍ରୀ ଇନ୍ଦ୍ରାଖୀ ପ୍ରସାଦ ଦାଶ ଙ୍କୁ ସରକାରୀ ସହକାରୀ ଓକିଲ ଭାବେ ନିଯୁକ୍ତି ମିଳିଥିବାରୁ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ ଓ ଅଭିବାଦନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଇନ ଉପଦେଷ୍ଟା ଶ୍ରୀ ପ୍ରଦୀପ ଦାଶ ସାମ୍ବାଦିକ ମାନଙ୍କୁ ଆହ୍ଵାନ ଦେଇ କହିଥିଲେ ସାମ୍ବାଦିକ ସମାଜର ଜାଗ୍ରତ ପ୍ରହରୀ ହୋଇଥିବା କାରଣ ରୁ ପ୍ରତ୍ୟକ ପ୍ରହର ସାମ୍ବାଦିକ ସଜାଗ ଓ ସଚେତନ ରହିବା ଉଚିତ । ଅନ୍ୟତମ ଅତିଥି ଭାବେ ଗୁଣପୁର ପୌର ପରିଷଦ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ, ଗୁଣପୁର ଓକିଲ ସଂଘ ସଭାପତି ଶ୍ରୀ ଗୌରୀ ଶଙ୍କର ଦାଶ, ଗୁଣପୁର ଆଦର୍ଶ ଥାନା ଏସ୍. ଆଇ ଶ୍ରୀ ବିଘ୍ନେଶ୍ୱର ସାହୁ ଓ ହେମଲତା ଶବର ଉପସ୍ଥିତ ରହି ସଂଗଠନ ର ଅନନ୍ୟ ପ୍ରୟାସ କୁ ସାଧୁବାଦ ଦେଇ ଅବିରତ ସଙ୍ଗଠିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଘର ସମସ୍ତ ସାମ୍ବାଦିକ ବନ୍ଧୁ ସୂଚାରୁ ରୂପେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.