କେନ୍ଦୁଝର,ତା୯/୧- ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF)ର ସହାୟତାରେ ଚାଲିଥିବା DMF-ଉଦ୍ୟମୀ କାର୍ଯ୍ୟକ୍ରମ ଅଧୀନରେ ଚୟନ କରାଯାଇଥିବା ଅଂଶଗ୍ରହଣକାରୀମାନଙ୍କ ପାଇଁ, ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ମନ୍ତ୍ରଣାଳୟର ସହାୟତାରେ ଏବଂ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (EDII)ର ସହଯୋଗରେ ବକ୍ସିବାରିଗାଁ, କେନ୍ଦୁଝରରେ ଏକ ୪୫ ଦିନିଆ ଉଦ୍ୟମିତା କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସିଲାଇ / ପୋଷାକ ଉତ୍ପାଦନ କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି DMF-ଉଦ୍ୟମୀ ଯୋଜନା ମାଧ୍ୟମରେ ଚୟନିତ ମହିଳା ଉଦ୍ୟମୀମାନଙ୍କୁ କୌଶଳ, ବ୍ୟବସାୟ ଜ୍ଞାନ ଓ ଆତ୍ମନିର୍ଭରତା ଦିଗରେ ସଶକ୍ତ କରିବା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଗଣେଶ୍ଵର ନାୟକ
ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ଯୋଗଦେଇ କହିଥିଲେ ଯେ, ମହିଳାମାନେ ଯଦି କୌଶଳ ସହିତ ବ୍ୟବସାୟ ଜ୍ଞାନ ଅର୍ଜନ କରନ୍ତି, ତେବେ ସେମାନେ ନିଜ ଅର୍ଥନୈତିକ ଆତ୍ମନିର୍ଭରତା ସ୍ଥାପନ କରିପାରିବେ। ସେ ମହିଳା ଉଦ୍ୟୋଗପତିମାନଙ୍କୁ ସରକାରୀ ଯୋଜନା, ଋଣ ସୁବିଧା ଓ ବଜାର ସଂଯୋଗ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତ,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ କହିଥିଲେ ଯେ, ଏହି ପ୍ରଶିକ୍ଷଣ ସମାପ୍ତି ପରେ ଯୋଗ୍ୟ ପ୍ରଶିକ୍ଷଣାର୍ଥୀମାନଙ୍କୁ PMEGP, PMFME, MKUY ପରି ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଆର୍ଥିକ ସହାୟତା ଓ ଉଦ୍ୟମ ସ୍ଥାପନ ପାଇଁ ମାର୍ଗଦର୍ଶନ ପ୍ରଦାନ କରାଯିବ।
ଶ୍ରୀଯୁକ୍ତ ହରେକୃଷ୍ଣ ମହାନ୍ତ
ଗ୍ରାମୀଣ ସ୍ଵରୋଜଗାର ପ୍ରଶିକ୍ଷଣ ସଂସ୍ଥା, ଡାରେକ୍ଟର କହିଥିଲେ ଯେ, ସିଲାଇ ଓ ପୋଷାକ ଉତ୍ପାଦନ କ୍ଷେତ୍ରରେ ଆଜିର ଦିନରେ ବିଶାଳ ରୋଜଗାର ସମ୍ଭାବନା ରହିଛି ଏବଂ ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନେ ଘରୁ ବସି ମଧ୍ୟ ଆୟ ଉପାର୍ଜନ କରିପାରିବେ। ଡକ୍ଟର କୁରେଶ କୁମାର ନାୟକ ଜିଲ୍ଲା ବିକାଶ ପ୍ରବନ୍ଧକ , ନାବାର୍ଡ କହିଥିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟମୀମାନଙ୍କୁ ବ୍ୟାଙ୍କ ସଂଯୋଗ, କ୍ରେଡିଟ ଲିଙ୍କେଜ ଓ ବଜାରୀକରଣ ସହଯୋଗ ପ୍ରଦାନ କରାଯିବ।ଏହି ୪୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୩୦ ଜଣ ମହିଳା ପ୍ରଶିକ୍ଷଣାର୍ଥୀ ଅଂଶଗ୍ରହଣ କରୁଛନ୍ତି। ପ୍ରଶିକ୍ଷଣକାଳୀନ ସମୟରେ ସେମାନଙ୍କୁ ପ୍ରାୟୋଗିକ ଶିକ୍ଷା ସହିତ ସାଥିସାଥି ବ୍ୟବସାୟ ପରିକଳ୍ପନା, ମୂଲ୍ୟ ନିର୍ଦ୍ଧାରଣ, ବ୍ରାଣ୍ଡିଂ ଓ ବଜାର ସଂଯୋଗ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ସଞ୍ଜୟ ସାହୁ ସଫଳ ଭାବେ ସଂଯୋଜନା କରିଥିବା ବେଳେ ବ୍ଲକ ସଂଯୋଜିକା ଶ୍ରୀମତୀ ଆଲିଶା ଶତପଥି ଓ ଶ୍ରୀ ଅରବିନ୍ଦ ବେହେରା ସହ ଅନ୍ୟାନ୍ୟ କ୍ଷେତ୍ର ସ୍ତରୀୟ କର୍ମୀମାନେ ସହଯୋଗ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.