ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭାଡ଼ିକିଳା ପଞ୍ଚାୟତ ରଗଡ଼ିମଡ଼ା ଗାଁର ରବୀନ୍ଦ୍ର ରାଉତ(୩୦)କୁ ବାଉଁଶ ଗାଡ଼ିଆ ଛକରେ ସଂଘବଦ୍ଧ ଆକ୍ରମଣ ଘଟଣାର ଅନ୍ୟତମ ଅଭିଯୁକ୍ତ ସେହି ଗ୍ରାମର ପବିତ୍ର ବିଶ୍ବାଳ(୪୪)କୁ ଓଡ଼ଗାଁ ପୋଲିସ ଏସ ଆଇ ଚକ୍ରଧର ସିଂ ବୁଧବାର ରାତିରେ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିଲେ।ଜାମିନ ଆବେଦନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସୂଚନାଯୋଗ୍ୟ ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୨୫ ମସିହା ମେ ୨୯ ତାରିଖରେ ଅସ୍ତ୍ରଶସ୍ତ୍ର ଧରି ପବିତ୍ର ବିଶ୍ବାଳ,କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ପ୍ରଭାତ ବିଶ୍ବାଳ ମିଳିତ ଭାବେ ବାଉଁଶ ଗାଡ଼ିଆ ଗାଁ ଛକରେ ରବୀନ୍ଦ୍ର ରାଉତଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପକାଇ ଚାଲିଯାଇଥିଲେ।ପରିବାର ଲୋକେ ରବୀନ୍ଦ୍ରକୁ ଓଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ।ଅନ୍ୟ ପକ୍ଷରେ ରବୀନ୍ଦ୍ରଙ୍କ ମା ମଞ୍ଜୁ ରାଉତ ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୫/୨୦୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।ଅନ୍ୟ ଅଭିଯୁକ୍ତ ତଥା କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ପ୍ରଭାତ ବିଶ୍ବାଳକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post