
ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଭାଲିଆଡିହି ଗ୍ରାମରେ ଅଧିଷ୍ଠିତ ଅଧିଷ୍ଠାତ୍ରୀ ଦେବୀ ମା’ରକ୍ଷପାଳକଙ୍କ ପୂଣ୍ୟ ପୀଠରେ ୫ ଦିନ ଧରି ଅନୁଷ୍ଠିତ ୨୭ତମ ଶକ୍ତି ଯଜ୍ଞ ଗୁରୁବାର ଉଦଯାପିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଶ୍ବର ମଙ୍ଗଳ ନିମନ୍ତେ ଅନୁଷ୍ଠିତ ଶକ୍ତି ଯଜ୍ଞରେ ପନ୍ତିଖାରୀ ଶାସନର ବୈଦିକ ବ୍ରାହ୍ମଣ ଗୋଦାବରୀଶ ହୋତା, ପଣ୍ଡିତ ସତ୍ୟନାରାୟଣ ଷଡ଼ଙ୍ଗୀ, ଲଡୁ କିଶୋର ରଥ,ଅଶୋକ କୁମାର ଷଡ଼ଙ୍ଗୀ,କୁରାଳରୁ ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ବରେଣ୍ୟ ବ୍ରାହ୍ମଣ ମାନଙ୍କ ଦ୍ଵାରା ସୂର୍ଯ୍ୟ ପୂଜା,ଷୋଡ଼ଶ ଉପଚାରରେ ପୀଠ ପୂଜା ବିଧି ସହିତ ଘୃତ ଯଜ୍ଞ ପରିଚାଳିତ ହୋଇଥିଲା। ପ୍ରତିଦିନ ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ ସହିତ ସାଂସ୍କୃତିକ ଅନୁଷ୍ଠାନ ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା।ଭାଲିଆଡିହି ଗ୍ରାମବାସୀ ସମସ୍ତ ପ୍ରକାର ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.