ନେପାଳ ଗାଁରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ପ୍ରଦର୍ଶନୀ,

3

ପ୍ରତି ପରିବାରଙ୍କୁ ଗୋଲମରିଚ, ପିପ୍ପଳୀ ଓ ସପୁରୀ ଚାରା ବଣ୍ଟନ

ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ନେପାଳ ଗାଁରେ ଓଡ଼ିଶା ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ପ୍ରଦର୍ଶନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ୟୁକୋ ସଲ୍ୟୁସନର ଦ୍ବାରା ପ୍ରଦର୍ଶିତ କ୍ଷୁଦ୍ର ଶସ୍ୟ ମାଣ୍ଡିଆରେ ପ୍ରସ୍ତୁତ ଗଜା, ଲଡୁ,ଫେଣି ଏବଂ ସେଓ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦର୍ଶନୀକୁ ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ଗ୍ରାମବାସୀ ବୁଲି ଦେଖିବା ସହିତ ତା’ର ସ୍ବାଦ ପରଖିଥିଲେ। ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଏବଂ ପାଣିପଇଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଅନୀଲ କୁମାର ସ୍ବାଇଁଙ୍କ ଦ୍ବାରା ଜନଜାତି ମହିଳା ମାନଙ୍କୁ ମୁଗ,ବିରି ବିହନ ସହିତ ଗୋଲମରିଚ, ପିପ୍ପଳୀ ଓ ସପୁରୀ ଚାରା ବଣ୍ଟନ କରାଯାଇଥିଲା । ସମାଜ ସେବୀ ଜଗନ୍ନାଥ ଦଳବେହେରାଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଆମ୍ବ ଓ ଅମୃତଭଣ୍ଡା ଚାରା ରୋପଣ କରାଯାଇଥିଲା । ଆଗାମୀ ଦିନରେ ପ୍ରତି ପରିବାରଙ୍କୁ ପାଣିପଇଲା କୃଷି ବିଜ୍ଞାନ କେନ୍ଦ୍ରର ସହାୟତାରେ କୁକୁଡ଼ା ଚିଆଁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା ରହିଛି ବୋଲି ବୈଜ୍ଞାନିକ ସୂଚନା ପ୍ରଦାନ କରିଥିଲେ।ଓଡ଼ଗାଁ ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ, କୃଷି ଅଧିଦର୍ଶକ ରାମଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୟୁକୋ ସଲ୍ୟୁସନର କର୍ମଚାରୀମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.