କଟକ ତା ୦୭.୦୧.୨୦୨୬ ରିଖ – : ଚାଷକାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଚାଷୀଙ୍କ କଷ୍ଟ କମିବ ଓ ଉତ୍ପାଦ ବୃଦ୍ଧି ପାଇବ । କଟକ ବାଲିଯାତ୍ରା ପଡିଆରେ ଆଜି ଉଦଘାଟିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃଷକମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବାକୁ ପ୍ରୋତ୍ସାହିତ କରିଥିଲେ । ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଅଧିକ ଦୃଢ କରିବା ପାଇଁ ସରକାର ବିଭିନ୍ନ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହି କୃଷି ଯନ୍ତ୍ରପାତି ମେଳାରୁ ଚାଷୀମାନେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ଲାଭ କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ଯନ୍ତ୍ରପାତି ମେଳା ଦ୍ୱାରା କ୍ରେତା ଓ ବିକ୍ରେତା ଗୋଟିଏ ମଂଚରେ ଏକଜୁଟ ହୋଇପାରୁଛନ୍ତି । ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ପ୍ରକାରର ଉନ୍ନତ କୃଷି ଯନ୍ତ୍ରପାତି, ସାର ଓ କୀଟନାଶକ ଏବଂ ଚାଷ ସମ୍ବନ୍ଧୀୟ ବିଭିନ୍ନ ଋଣ ଯୋଗାଣ ଆଦି ଉପରେ ପ୍ରାୟ ୮୦ରୁ ଅଧିକ ଷ୍ଟଲ ଖୋଲିଛି । ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଡ୍ରୋନ୍, ନାନୋ ୟୁରିଆ, ସୋଲାର ପମ୍ପ, ସ୍ୱୟଂଚାଳିତ ମୁଢି ମେସିନ୍ ଆଦି ବିଭିନ୍ନ କିସମର ଯନ୍ତ୍ରପାତି ମଧ୍ୟ ଏହି ମେଳାରେ ଉପଲବଧ ଅଛି । କୃଷି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ, ଅଧିକ୍ଷଣ ଯନ୍ତ୍ରୀ(କୃଷି) ଶ୍ରୀ ଶ୍ରୀକାନ୍ତ ପରିଡା, ନିର୍ବାହୀ ଯନ୍ତ୍ରୀ (କୃଷି) ଶ୍ରୀ ପ୍ରଶାନ୍ତ ଜେନା, ଉପନିର୍ଦ୍ଦେଶକ (ଉଦ୍ୟାନ କୃଷି) ଏସ୍. ଋାମା ରାଓ, ଜିଲ୍ଳା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ, ଡା. ସୁଶାନ୍ତ କୁମାର ନାୟକ, ଜିଲ୍ଳା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ବବିତା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.