ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ:ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ଦ୍ୱାରା ଗତବର୍ଷ ପ୍ରସ୍ତୁତି ବୈଠକର ବିବରଣୀ ଉପସ୍ଥାପନ ଆଧାରରେ ଆଲୋଚନା କରାଯାଇ ବୈଠକର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉତ୍ସବ ପାଳନ ଉପଲକ୍ଷେ ୨୬ ଜାନୁଆରୀ ପ୍ରଭାତରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ମାଲକାନଗିରି ପୌରପାଳିକା ଅଞ୍ଚଳରେ ରାମଧୂନ ପରିକ୍ରମା କରାଯିବ । ସକାଳ ୭ ଟା ୩୦ରେ ବିଭିନ୍ନ ଅନୁଷ୍ଠାନରେ ପତାକା ଉତ୍ତୋଳନ କରାଯାଇ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯିବା ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଗଲା । ପ୍ରଭାତଫେରୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡ଼, ପ୍ୟାରେଡ଼୍ ପ୍ରତିଯୋଗିତା, ପ୍ୟାରେଡ଼ ପୂର୍ବାଭ୍ୟାସ ଓ ପ୍ୟାରେଡ଼ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ସମ୍ବନ୍ଧରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ଓ ଶିଶୁ ଗୃହ ରେ ରୋଗୀମାନଙ୍କୁ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇ ପ୍ରାୟୋଜକ ଓ ପୃଷ୍ଠପୋଷକଭାବେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମତାମତ ଗ୍ରହଣ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post