ବାସୁଦେବପୁର- ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ରେ ବିଭିନ୍ନ ଜିଲ୍ଲାରେ ମୋଟ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କ୍ରମରେ ଭଦ୍ରକ ଜିଲ୍ଲା ର ତିନୋଟି ବ୍ଲକ ଚାନ୍ଦବାଲି, ଧାମନଗର ଏବଂ ବାସୁଦେବପୁର ବ୍ଳକ ରେ ଜଗବନ୍ଧୁ ନୋଡାଲ ବିଦ୍ୟାପିଠ ବରଣ୍ଡୁଆ ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅମୀୟ ମହାଳିକ, ଉର୍ମିଳା କର, ତପନ ଦ୍ବିବେଦୀ, ବରଣ୍ଡୁଆ ସରପଞ୍ଚ ଗୋବିନ୍ଦ ମଳିକ, ବରଣ୍ଡୁଆ ଜଗବନ୍ଧୁ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ରଞ୍ଜିତା ପାଣିଗ୍ରାହୀ, ସିଆରସିସି ପ୍ରଶାନ୍ତ କୁମାର ମଳିକ ଙ୍କ ସମେତ ଅନ୍ୟ ସିଆରସିସି ମାନେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନା କରିବା ପରେ ୪୫ ମିନିଟ୍ ପର୍ଯ୍ୟନ୍ତ ଗୋଦାବରୀଶ ମିଶ୍ର ଜଣେ ଆଦର୍ଶ ଶିକ୍ଷକ ଥିଲେ ଏବଂ ତାଙ୍କରି ଆଦର୍ଶରେ ବିଦ୍ୟାଳୟ ରେ ପିଲାମାନଙ୍କୁ ଶିକ୍ଷାଦାନ ସହିତ ଡିଜିଟାଲ ମାଧ୍ୟମରେ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଉଦବୋଧନ ଦେଇଥିଲେ। ଉକ୍ତ ବିଦ୍ୟାଳୟ ରେ ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ର ବିକାଶ ପାଇଁ ପୁସ୍ତକ ବିଦ୍ୟା ସହିତ ବୈଷୟିକ, ଯୋଗ , କ୍ରୀଡା ଭଳି ବିଦ୍ୟା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ। ଶିକ୍ଷା ର ବିକାଶ ହେଲେ ସମାଜର ବିକାଶ ହେବା ସହିତ ଭାରତ ତଥା ଓଡ଼ିଶାକୁ ବିକଶିତ କରିବାର ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ମତପୋଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post