ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜନ୍ମ ଜୟନ୍ତୀ

3

ନୟାଗଡ଼(ବିଶ୍ୱଜିତ ନାୟକ) :- ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଆଜି ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟସ୍ଥ ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ “ଉତ୍କଳ ଘଣ୍ଟ ବ୍ୟଙ୍ଗ କବି ଯଦୁମଣି, ଆମ ଓଡ଼ିଆ ମାଟି ମା’ର ମଉଡମଣି” ପରି ନାରା ଦିଆଯାଇ ତାଙ୍କ ସାହିତ୍ୟିକ ଅବଦାନକୁ ସ୍ମରଣ କରାଯାଇଥିଲା। ଏହି ସ୍ମୃତି ସଭାରେ ଗୋଦାବରିଶ ସାହୁ, ସାମ୍ବାଦିକ ରାମକୃଷ୍ଣ ରଥ, ବୈଦ୍ୟଭୁଷଣ ମହାପାତ୍ର, ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖଙ୍କ ସହ ମନସୁର ମଲ୍ଲିକ, ସନ୍ତୋଷ କୁମାର ଶର୍ମା, ରଜନୀକାନ୍ତ ଭୁୟାଁ, ପ୍ରଶାନ୍ତ କୁମାର ଜେନା, ସନ୍ତୋଷ କୁମାର ଦାଶ ଓ ଇଶାନ ପ୍ରସାଦ ଦାଶ ଉପସ୍ଥିତ ଥିଲେ।

Leave A Reply

Your email address will not be published.