ବାଲୁଗାଁ:(ସେକ୍ କୌସର):ଗୁରୁବାର ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି।ଏହି ବ୍ୟାଚରେ ସମୁଦାୟ ୨୧୦୩ ଅଗ୍ନିବୀରଙ୍କ ମଧ୍ୟରେ ୧୧୩ ଜଣ ମହିଳା ଅଗ୍ନିବୀର,ଏବଂ ୨୭୦ ଜଣ ଏସଏସଆର ଓ ୨୯୫ ଜଣ ତଟରକ୍ଷି ନାବିକ ଦିର୍ଘ ୧୬ ସପ୍ତାହ ଧରି ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇଥିଲେ।ସଫଳତାର ସହ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତା,ଅଭିଭାବକଙ୍କୁ ନୌସେନା ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି।ଆଇଏନଏସ ଚିଲିକା ନୌସେନା କମୋଡୋର ବି ଦୀପକ ଅନୀଲଙ୍କ ତତ୍ୱବାଧାନରେ କମାଣ୍ଡିଙ୍ଗ-ଇନ-ମୁଖ୍ୟ ଦକ୍ଷିଣ ନୌସେନା କମାଣ୍ଡର ଭାଇସ ଆଡ଼ମିରାଲ ସମୀର ସକସେନା , ଏଭିଏସଏମ,ଏନଏମ,ଫ୍ଲାଗ ଅଫିସର ଉକ୍ତ ପ୍ୟାରେଡକୁ ନିରିକ୍ଷଣ କରିଥିଲେ।ଉକ୍ତ ପ୍ୟାରେଡ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା ଅଧିକାରୀ,ପୂର୍ବ କମାଣ ପତାକା ଅଧିକାରୀ,ପୂର୍ବତନ ନୌସେନା ଅଧିକାରୀ,ଅଗ୍ନିବୀରଙ୍କ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ।ଆଇଏନଏସ ଚିଲିକାରେ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ ଯେଉଁଠାରେ ପୁରୁଷ ଏବଂ ମହିଳା ମିଳିତ ଭାବେ ଭାରତୀୟ ନୌସେନାରେ ଏକ ବିର ଯୋଦ୍ଧା ରୂପେ ଦେଶ ସେବାରେ ନିଃସଂକୋଚ ଭାବେ ପ୍ରସ୍ତୁତ ରହିବାସହ ଦକ୍ଷତା ବୃଦ୍ଧିକରିବା,ବୈଷୟିକ ଦୃଷ୍ଟିରୁ ସଚେତନ ହେବା,ବିଶ୍ଵାସନୀୟ,ସମନ୍ୱୟ ଏବଂ ଉଜ୍ବଳ ଭବିଷ୍ୟତ ଦିଗରେ ପ୍ରଚେଷ୍ଟା ଜାରି ରଖିବା ନେଇ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରତିବନ୍ଧତା ପାଇଁ ଅଗ୍ନିବୀରଙ୍କୁ ପ୍ରଭାବିତ କରିଥିଲେ।ଏଥିସହିତ ନୌସେନାର କାର୍ଯ୍ୟ ଦକ୍ଷତା,ଏବଂ ସାହାସକୁ ଅଗ୍ନିବୀର ମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ କୃତି ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ।ଶ୍ରେଷ୍ଠ ଅଗ୍ନିବିର ଏସଏସଆର ଶଶି ବି କେଞ୍ଚଭାଗଲ,ଏମଆର ଯତୀନ ମିଶ୍ର,ନାବିକ ଜିଡି କେଶବ ସୂର୍ଯ୍ୟବଂଶୀ,ଶ୍ରେଷ୍ଠ ମହିଳା ଅଗ୍ନିବିର ମହିଳା ବିପିନ ରାଉତ ଟ୍ରଫି ଏସଏସଆର ଅନିତା ଯାଦବଙ୍କୁ ପ୍ରଦାନ କରାଯାଇଥିଲା ସୂଚନା ଥାଉକି ୨୦୨୫ ସଂସ୍କରଣ ପ୍ରଥମ ବ୍ୟାଚରେ ୨୦୧୦ ଅଗ୍ନିବୀରଙ୍କ ମଧ୍ୟରେ ୩୦୯ ଜଣ ମହିଳା ଅଗ୍ନିବୀର,ଏବଂ ୨୭୬ ଜଣ ତଟରକ୍ଷି ନାବିକ ଆଇଏନଏସ ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇ ଭାରତୀୟ ନୌସେନାରେ ବୀର ସିପାହୀ ଭାବେ ନିୟୋଜିତ ରହିଛନ୍ତି।
Sign in
Sign in
Recover your password.
A password will be e-mailed to you.