ରାଜ୍ୟ ନିର୍ବାଚନ କମିଶନଙ୍କ କେନ୍ଦ୍ରାପଡ଼ା ଗସ୍ତ ,ପଂଚାୟତ ନିର୍ବାଚନ ସମୀକ୍ଷା ।

3

 

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ନିର୍ବାଚନ କମିଶନର ମଧୁସୁଦନ ପାଢ଼ୀ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲାପାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପଂଚାୟତ ନିର୍ବାଚନ ୨୦୨୭ ଏବଂ ପୌର ପରିଷଦର ଆଗାମୀ ନିର୍ବାଚନ ଉପରେ ମଧ୍ୟ ସମୀକ୍ଷା କରିଛନ୍ତି | ଵାଲାଟ ବକ୍ସ ମହଜୁଦ ଏବଂ ତାହାର ସ୍ଥିତି,ଜିଲ୍ଲାର ଜନସଂଖ୍ୟା ପରିସଂଖ୍ୟାନ,ଅସ୍ଥାୟୀ ବୁଥ୍, ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍,ଘରକୁ ଘରକୁ ସର୍ଭେ,ପ୍ରାର୍ଥୀ ସଂରକ୍ଷିତ ତାଲିକା, ଭୋଟ ଗଣତି ମତାମତ ସମେତ ଭୋଟର ତାଲିକା, ଭୋଟର ତାଲିକାରେ ନାମ ଯୋଡିବା, କାଟିବା ଇତ୍ୟାଦି ବ୍ୟତୀତ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରିଥିଲେ | ଆଜି ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ରମେଶ ପଣ୍ଡା, କେନ୍ଦ୍ରାପଡ଼ା ମୁନିସିପାଲିଟି ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ ଉପସ୍ଥିତ ଥିଲେ |

Leave A Reply

Your email address will not be published.