ମେଣ୍ଢା ପଲଙ୍କୁ ରାତିରେ ଖାଇଗଲେ ଗଧିଆ।

3

 କେନ୍ଦୁଝର,ତା୭/୧- ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତେଳାପଶି ଗ୍ରାମ ପଞ୍ଚାୟତର ସାନକମଣ୍ଡରା ଗାଁର ପୂର୍ଣ୍ଣଚନ୍ଦ୍ର ଡାଙ୍ଗୁଆଙ୍କର ଗୁହାଳରେ କାଲି ରାତିରେ କୌଣସି ବନ୍ଯ ଜନ୍ତୁ ପଶି ଶିକାର କରି ମାରି ମେଣ୍ଢା ମାନଙ୍କୁ ଖାଇବାଥିବା ଜଣାଯାଇଛି। ଏହା ସହିତ ମେଣ୍ଢାଙ୍କୁ ନେଇ ମାରି ଅଧାବାଟରେ ପକେଇ ଦେଇଥିବା ଜଣାଯାଇଛି।ସମୁଦାୟ ୬ଟି ମେଣ୍ଢା ମାରି ଦେଇଥିବାରୁ  ଗ୍ରାମବାସୀଙ୍କ ମଧ୍ଯରେ ଭୟର ବାତାବରଣ ଖେଳିଯାଇଛି। କିଛି ଲୋକ ଏହା କଲରାପତରିଆ ବାଘ କାମ ହୋଇଥିବା କହିଲା ବେଳ ଅନେକ ଗଧିଆ ମାନେ ଦଳବଦ୍ଧ ହୋଇ ଏପରି କରିଛନ୍ତି ବୋଲି ଆଲୋଚନା କରୁଛନ୍ତି। ପୂର୍ଣ୍ଣଚନ୍ଦ୍ରଙ୍କର ପରିବାର ସୁଭଦ୍ରା ଯୋଜନାରେ  ମେଣ୍ଢା ପାଳନ କରି ସ୍ବାବଲମ୍ବନ ହେବା ସହ ଲକ୍ଷପତି ହେବାନେଇ ଆଶା ରଖିଥିଲା ବେଳେ ବର୍ତ୍ତମାନ ସର୍ବହରା ହୋଇ ଯାଇଛନ୍ତି। ସରକାର ପୂର୍ଣ୍ଣଚନ୍ଦ୍ରଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ  ଆଞ୍ଚଳିକ ବିକାଶ ମଞ୍ଚ, ଜୁଙ୍ଗା ଗ୍ରାମପଞ୍ଚୟାତ ତରଫରୁ ନିବେଦନ କରାଯାଇଛି।

Leave A Reply

Your email address will not be published.