ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫-୨୬ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠାନ ଉଦ୍ଘାଟିତ ହୋଇଯାଇଛି। ଏହି ମେଳା ତା.୦୬.୦୧.୨୦୨୬ ଠାରୁ ୧୦.୦୧.୨୦୨୬ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ।
ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଆୟୋଜନ ହୋଇଥିବାରୁ କୃଷକ ଭାଇ ଭଉଣୀ ମାନେ ଖୁସି ବ୍ୟକ୍ତ ହୋଇଛନ୍ତି। ଏହି ମେଳାରେ ପାଞ୍ଚ ଗୋଟି ଜିଲ୍ଲା ତଥା ଗଜପତି , ଗଞ୍ଜାମ , ରାୟଗଡ଼ା , କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଚାଷୀ ଯୋଗଦାନ କରିବେ। ଏହା ସହିତ ଏହି ଜିଲ୍ଲାର କୃଷି ଯନ୍ତ୍ରପାତି ବିତରକ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି।
ଏହି ମେଳାରେ ୧୧୦ ଗୋଟି ଷ୍ଟଲ୍ ରହିଛି। ଷ୍ଟଲ୍ ଗୁଡିକରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ କରିବା ସହିତ ସରକାରଙ୍କ ରିହାତି ଦରରେ ବିକ୍ରୟ ଏଵଂ କିଣାବିକାର ବ୍ୟବସ୍ଥା ରହିଛି। ପ୍ରଥମ ଦିନ ଉଦ୍ଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି. ତିରୁପତି ରାଓ, ସଭାପତି , ଜିଲ୍ଲାପରିଷଦ ଗଜପତି , ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ର ହୋନନାଗା , ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଏନ.ବୀରରାଜୁ , କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟମା , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ.ପ୍ରକାଶ ରାଓ , ନିର୍ବାହୀ ଯନ୍ତ୍ରୀ କୃଷି ରାୟଗଡ଼ା ଜିଲ୍ଲା ଶ୍ରୀ ସନ୍ତୋଷ ମିଶ୍ର , କୃଷି ଜିଲ୍ଲା ଅଧିକାରୀ ଆର.ଉଦୟଗିରି ଶ୍ରୀ ବିରଞ୍ଚି ନାରାୟଣ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ। ସମସ୍ତ ଅତିଥି ଗଣ କୃଷକ ଭାଇ ଭଉଣୀ ମାନଙ୍କୁ ଉତ୍ସିତ କରିଥିଲେ।
ସେହିପରି ଚାଷୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ରାଜ୍ୟ ସ୍ତରୀୟ କୃଷି ବୈଜ୍ଞାନିକ , ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵିଦ୍ୟାଳୟର ବୈଜ୍ଞାନିକ ଓ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ ମାନେ ଚାଷୀ ଭାଇ ଭଉଣୀ ମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ପାଇଁ ଅବଗତ କରାଯାଇଥିଲା।
ସେହିପରି କୃଷକମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ସଂପର୍କରେ ଜଣାଇବା ସହ ସହଜରେ ଉପଲବ୍ଧ କରାଇବା ନେଇ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ଚାଷୀ ଭାଈ ଭଉଣୀ ମାନଙ୍କୁ ସଚେତନତା କରାଯିବ। ସେହିପରି ମିଶ୍ରିତ ଫସଲ ଚାଷ , ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତି ର ସଠିକ ଉପଯୋଗ ଓ ପରିଚାଳନା , ଉନ୍ନତ ମାନର ଯାନ୍ତ୍ରିକ ସୁବିଧା ଓ ସୁଯୋଗ ନେବା ପାଇଁ ଚାଷୀଙ୍କୁ ଏହା ମାଧ୍ୟମରେ ପରାମର୍ଶ ଦିଆଯିବ । ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିବା ସହିତ ରିହାତି ଦରରେ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଅଛି। ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଦ୍ୟାନ , କୃଷି , ମତ୍ସ , ପ୍ରାଣୀ ସମ୍ପଦ ବିକାଶ , ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା , ମିଶନ ଶକ୍ତି ଓ ଓଡିଶା ମିଲେଟ୍ ମିଶନ ଭଳି ବିଭିନ୍ନ ବିଭାଗର ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ । ଫଳରେ ଚାଷୀମାନେ ବିଭିନ୍ନ ଚାଷ ସଂପର୍କରେ ଜ୍ଞାନ ଅର୍ଜନ କରିବା ସହିତ କୃଷିର ବିକାଶ ହେବା ସହିତ କୃଷକଙ୍କୁ ସଚେତନ କରାଯିବା।
ଏହାସହ ପାଞ୍ଚ ଗୋଟି ଜିଳ୍ଲାର ଚାଷ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଚାଷୀଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ସେହିପରି ଚାଷୀ ଓ ଜନସାଧାରଣ ମାନଙ୍କୁ ମନୋରଞ୍ଜନ କରିବା ପାଇଁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଉକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କେ.ସୁରଜ କୁମାର ପାତ୍ର ସମେତ ସମସ୍ତ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post