ବିଜେଡ଼ି ନେତାଙ୍କର କଂଗ୍ରେସରେ ଯୋଗଦାନ

0

ଭୁବନେଶ୍ୱର – ବହ୍ମଗିରୀ ନିର୍ବାଚନ ମଣ୍ଡଳୀର ତିନିଶହରୁ ଅଧିକ ବିଜେଡ଼ି କର୍ମୀ ଏବଂ ବିଜେଡ଼ି ନେତା କିଶୋର ଜେନାଙ୍କ ନେତୃତ୍ୱରେ କଂଗ୍ରେସ ବିଚାରଧାରା,  ଜାତୀୟ କଂଗ୍ରେସ ସଭାପତି  ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜେନା ଓ ତାଙ୍କ ସମର୍ଥକଙ୍କୁ ପୁଷ୍ପ ଓ ଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଶ୍ରୀ ଜେନାଙ୍କ ଯୋଗଦାନ ଦ୍ୱାରା କଂଗ୍ରେସ ବ୍ରହ୍ମଗିରୀ ନିର୍ବାଚନ ମଣ୍ଡଳରେ ଅଧିକ ଶକ୍ତିଶାଳୀ ହେବା ସହିତ ରାଜ୍ୟରେ ମଧ୍ୟ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ ବୋଲି କହିଥିଲେ ।  ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ କିଭଳି ନିଜ ନିଜ ଅଂଚଳରେ କଂଗ୍ରେସର ବାର୍ତା ପ୍ରଚାର କରି ଲୋକମାନଙ୍କର ଆସ୍ଥା ଭାଜନ ହୋଇପାରିବେ ତାହାର ଏକ ଗୁରୁମନ୍ତ୍ର ଶ୍ରୀଯୁକ୍ତ ପଟ୍ଟନାୟକ ଦେଇଥିଲେ । ଏହି ମିଶ୍ରଣ ପର୍ବରେ କଂଗ୍ରେସ ମୁଖ ପାତ୍ର ହମିଦ୍ ହୁସେନ, ସୁର୍ଦଶ ଦାସ, ରଜନୀ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.