କେନ୍ଦୁଝର,ତା ୭/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଠାରେ ଥିବା ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ୩୮ତମ ବାର୍ଷିକ କ୍ରୀଡ଼ାର ଶୁଭ ଉଦଘାଟନୀ ହୋଇଯାଇଛି। ଦୁଇଦିନ ଧରି ଏହି ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଶତପଥୀ। ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବବିତା ସିଂହ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିର୍ମଳ କୁମାର ମହାନ୍ତ, ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ପଇଦା ପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଖେଳକୁ ପରିଚାଳନା କରିଥିଲେ ଖେଳ ଶିକ୍ଷକ ଲକ୍ଷ୍ମୀଧର ମହାନ୍ତ । ଖେଳ ଗୁଡିକ ମଧ୍ୟରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ , ସଟଫୁଟ୍,ଡିସକସ୍,ଜାଭେଲିନ ,ମ୍ୟୁଜିକ୍ ଚେୟାର,ସ୍ଲୋ ସାଇକେଲ ଖେଳ ହୋଇଥିଲା। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ସିଂ,ଟଙ୍କଧର ମହାନ୍ତ,ସତ୍ୟାନନ୍ଦ ମହାନ୍ତ,ବୈକୁଣ୍ଠ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ନିମନ୍ତ୍ରିତ ଅତିଥି ମାନେ କ୍ରୀଡ଼ା କିପରି ସୁସ୍ଥ ଜୀବନ ଯାପନ ପାଇଁ ଅପରିହାର୍ଯ୍ୟ ଓ କ୍ରୀଡ଼ା ଦ୍ଵାରା କିପରି ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ, ମାନସିକ, ଆତ୍ମିକ, ବୌଦ୍ଧିକ ବିକାଶ ହୋଇଥାଏ ସେ ଉପରେ ଆଲୋକପାତ କରିଥିଲେ।
Sign in
Sign in
Recover your password.
A password will be e-mailed to you.