ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବଡ଼ ବ୍ରାହ୍ମଣ ସାହି ସ୍ଥିତ କିଡ୍ସ ପ୍ଲେ ସ୍କୁଲ ପାର୍ଶ୍ୱରେ ଆଜି ଓଡିଶା ଇଞ୍ଜିନିୟରିଂ ୱାର୍କସ ଦ୍ଵାରା ଓଡ଼ିଶା ପାଇଁ ଅନୁମୋଦିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଦ୍ୟୁତ୍ ଯୋଜନା ଅନ୍ତର୍ଗତ ଏକ ଭେଣ୍ଡର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଉଦଘାଟକ ଭାବେ ଯୋଗ ଦେଇ କାର୍ଯ୍ୟାଳୟର ଉଦଘାଟନ କରିଥିଲେ।
ଏହି ଅବସରରେ ଆମେ , ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର – ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ଯେ କୌଣସି ସିମେଣ୍ଟ କଂକ୍ରିଟ ଛାତ ଉପରେ ସୌର ସ୍ଥାପନ ବ୍ୟବସ୍ଥାକୁ ସୁଗମ କରିବୁ। ପରିବାର ଗୁଡ଼ିକ ପାଇଁ ସରକାରୀ ରିହାତି (ସବସିଡି) ଏବଂ ସୁଲଭ ସୌର ସମାଧାନର ସୁବିଧା କରାଯିବା ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ଏହା ସ୍ୱଚ୍ଛ , ସୁଲଭ ଏବଂ ସ୍ଥାୟୀ ଶକ୍ତି (ଏନର୍ଜି) ବୋଲି କହି ପ୍ରତିଦିନ ନିଜର ବିଦ୍ୟୁତ୍ ଦେୟ ଉପରେ ସଞ୍ଚୟ କରିବା ସହ ଏହା ଆତ୍ମନିର୍ଭର ସହ ପରିବେଶ ସୁରକ୍ଷା ହୋଇପାରିବ ବୋଲି କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ଏହାର ଜିଲ୍ଲା ସଂଯୋଜକ ଡ଼ଃ ଆଲୋକ କୁମାର ବୋଷ , ପାରଳାଖେମୁଣ୍ଡି ପୈାର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ଭାଜପାର ନଗର ସଭାପତି ବାଳକୃଷ୍ଣ ପାତ୍ର ଏବଂ ଅନ୍ୟାନ୍ୟ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.