ନୂଆ ଘରେ ଆଡ଼ଜଷ୍ଟ କରିବା ଅସହଜ ହେଉଛି ନବଙ୍କ ସମର୍ଥକଙ୍କ ପାଇଁ !

0

ବି.ଜେ.ଡି.ର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ  

ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର : ଝାରସୁଗୁଡା ପୂର୍ବତନ ବିଧାୟକ ନବ ଦାସ କଂଗ୍ରେସ ଛାଡି ବି.ଜେ.ଡି.ରେ ଯୋଗଦେବା ପରେ ନିଜ ପକ୍ଷକୁ ମଜଭୁତ କରିବା ପାଇଁ ପୂର୍ବ ଅନୁଗତ ଓ ବି.ଜେ.ଡି.କର୍ମୀଙ୍କୁ ଏକତ୍ରିତ କରି ମିଳାମିଶା କରିବାରେ ଲାଗିପଡିଛନ୍ତି | ବି.ଜେ.ଡି.ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିଷ୍ପତିକୁ ସମ୍ମାନ ଦେଇ ବିଜେଡି କର୍ମୀ ଓ ନେତାମାନେ ମଧ୍ୟ ନବଙ୍କ କାର୍ଯ୍ୟକ୍ରମରେ ବିନା ଦ୍ଵିଧାରେ ଯୋଗଦେଇଛନ୍ତି | ତେବେ ନବଙ୍କ ପାଇଁ ଅନୁଗତ ଓ କଂଗ୍ରେସ କର୍ମୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି | ନବ ବି.ଜେ.ଡି.କର୍ମୀ ଓ ଅନୁଗତଙ୍କୁ ଏକାଠି କରିବା ଚେଷ୍ଟା ଜାରି ରଖିଥିବା ବେଳେ ପୂର୍ବତନ କଂଗ୍ରେସ କର୍ମୀ ଏଥିରେ ନିଜକୁ ଅସହଜ ମନେକରୁଛନ୍ତି | ଆଜି ଝାରସୁଗୁଡା ସଦର ବ୍ଲକ ଖେରୱାଲ ଠାରେ ବି.ଜେ.ଡି.ପକ୍ଷରୁ ଅନୁଷ୍ଠିତ ବ୍ଲକ ସ୍ତରୀୟ ସକ୍ରିୟ କର୍ମୀ ସମ୍ମିଳନୀରେ ନବଙ୍କ ଅନେକ ପୁରୁଣା ଅନୁଗତଙ୍କୁ ଦେଖିବାକୁ ମିଳିନଥିଲା | ବ୍ଲକ ସଭାପତି ପ୍ରଭାତ ପଟେଲଙ୍କ ଅଧକ୍ଷତରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ କିଶୋର କୁମାର ମହାନ୍ତି, ପୂର୍ବତନ ବିଧାୟକ ନବ ଦାସ, ଜିଲ୍ଲା  ପର୍ଯ୍ୟବେକ୍ଷକ ରବି ନାରାୟଣ ପାଣି,ସବିତା ଆଚାର୍ଯ୍ୟ,ଶ୍ରଦ୍ଧାଞ୍ଜଳି ରାୟ,ତ୍ରିନାଥ ଗୁଆଲ,ବ୍ଲକ ଅଧକ୍ଷ ଦିଗାମ୍ବର ଭୋଇ,ଓ ତେଜରାଜ ସାହୁ,ଜିଲ୍ଲା କୃଷକ ସଭାପତି ମିତ୍ରଭାନୁ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଦଳୀୟ ସଂଗଠନ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ | ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଭଳି ବିଜୟୀ ହେବେ ସେ ନେଇ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଥିବା ମତ ପାର୍ଥକ୍ୟ ଦୂର କରି ମିଳିମିଶି କାମକରିବାକୁ ପରାମର୍ଶ ଦେଇଥିଲେ |

Leave A Reply

Your email address will not be published.